28.1 C
Bhubaneswar
Wednesday, February 4, 2026
Homeଓଡିଶାନିତ୍ୟ ଯୋଗ କକ୍ଷ ପକ୍ଷରୁ ପଞ୍ଚମୂଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ୨୧ କୁଣ୍ଡୀୟ ମହାଯଜ୍ଞ

ନିତ୍ୟ ଯୋଗ କକ୍ଷ ପକ୍ଷରୁ ପଞ୍ଚମୂଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ୨୧ କୁଣ୍ଡୀୟ ମହାଯଜ୍ଞ

ଯାଜପୁର: ରବିବାର ପାତଞ୍ଜଳି ଯୋଗ ସମିତି ଆନୁକୁଲ୍ୟରେ ନିତ୍ୟ ଯୋଗ କକ୍ଷ ବ୍ଯାସନଗର ଶାଖା ତରଫରୁ ଧବଳଗିରିର ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ୨୧ କୁଣ୍ଡୀୟ ମହାଯଜ୍ଞ ସମ୍ପାଦିତ ହୋଇଯାଇଛି। ଆଜି ପ୍ରାତଃ ୬.୦୦ ଟା ସମୟରେ ନିତ୍ୟ ଯୋଗ କକ୍ଷ ର ୨୧ ଜଣ ଦମ୍ପତି ଆଚାର୍ଯ୍ୟ ଦେବେନ୍ଦ୍ରନାଥ ପାଣିଗ୍ରାହୀଙ୍କ ପୋରହିତ୍ଯ ରେ ବୈଦିକ ଯଜ୍ଞ ସମ୍ପାଦନା କରିଥିଲେ। ପାତଞ୍ଜଳି ଭାରତ ସ୍ବାଭିମାନ ନ୍ଯାସର ଜିଲ୍ଲା ପ୍ରଭାରୀ ତଥା ନିତ୍ୟ ଯୋଗ କକ୍ଷ ର ଯୋଗ ପ୍ରଶିକ୍ଷକ ଶ୍ରୀ ଯୁକ୍ତ ବିବେକାନନ୍ଦ ଜେନା ଙ୍କ ନେତୃତ୍ବରେ ଏକ ଭକ୍ତି ମୟ ପରିବେଶରେ ୨୧ ଜଣ ଦମ୍ପତି ଯଥା ପିତବାସ ସାହା,ସୈରଭମୟ ଦାଶ, ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ, ନରେନ୍ଦ୍ର ଦାଶ, ନୃପମଣି ସାହୁ, ଦିଲିପ୍ କୁମାର ଦଳାଇ, ପ୍ରଦୀପ କୁମାର ସାମଲ,ରବିନ କୁମାର ପଣ୍ଡା,ରାଜେସ କୁମାର ପତି,ପ୍ରମୋଦିନି ଦାଶ ଅଧିକାରୀ,ଅଜୟ କୁମାର ଦାସ ପ୍ରମୁଖ ଯଜ୍ଞ ସମ୍ପାଦନା କରି ବିଶ୍ବ ର କଲ୍ୟାଣ କାମନା କରିଥିଲେ। ଯଜ୍ଞ ଶେଷରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ପାଇଁ ଯୋଗ କକ୍ଷ ତରଫରୁ ସାତ୍ତ୍ୱିକ ଭୋଜନର ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସହ ପ୍ରଭାରୀ ଶ୍ରୀ ଯୁକ୍ତ ବିଭିଷଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking