32.1 C
Bhubaneswar
Wednesday, September 18, 2024
Homeଓଡିଶାବିଚାର ଅପେକ୍ଷାରେ ୨୦,୬୫,୭୧୬ ମାମଲା

ବିଚାର ଅପେକ୍ଷାରେ ୨୦,୬୫,୭୧୬ ମାମଲା

ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ଓ ଅନ୍ୟାନ୍ୟ ଅଦାଲତଗୁଡିକରେ ଏବେ ମୋଟ୍‍ ୨୦ଲକ୍ଷ ୬୫ହଜାର ୭୧୬ଟି ଦେୱାନୀ, ଫୌଜଦାରୀ ଓ ଅନ୍ୟାନ୍ୟ କିସମର ମାମଲା ବିଚାର ପାଇଁ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଆଇନ୍‍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏନ୍‍ସିଆରବି ଓ ରାଜ୍ୟ ସରକାରଙ୍କ ଏନ୍‍ସିଆରବିର ତଥ୍ୟ ମୁତାବକ ୨୦୧୪ ମସିହାରେ ଅପରାଧିକ ମାମଲାର ଫଏସଲା ହାର ଶତ ପ୍ରତିଶତରୁ ଅଧିକ ରହିଥିବାବେଳେ ଦୁର୍ନୀତି ମାମଲାର ଫଏସଲା ହାର ପାଖାପାଖି ୮୦ ପ୍ରତିଶତ ରହିଥିଲା । ଏହି ବର୍ଷ ୩୫,୭୦୩ଟି ଅପରାଧିକ ମାମଲା ଆସିଥିବାବେଳେ ୩୭,୩୦୭ ମାମଲାର ଫଏସଲା ହୋଇଛି ।

ସେହିଭଳି ୨୦୨୩ ମସିହାରେ ୪୩ହଜାରରୁ ଅଧିକ ମାମଲା ଆସିଥିବାବେଳେ ୪୫ହଜାରରୁ ଅଧିକ ମାମଲା ଫଏସଲା ହୋଇଛି । ଏହିବର୍ଷ ମାମଲା ହାର ୧୦୯ ପ୍ରତିଶତରୁ ଅଧିକ ରହିଥିଲା । ଦୁର୍ନୀତି ମାମଲାର ଫଏସଲା ହାର ମଧ୍ୟ ୨୦୨୩ରେ ୭୦ ପ୍ରତିଶତରୁ ଅଧିକ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖକରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking