ଭୁବନେଶ୍ୱର: ବର୍ଷେ ଭିତରେ ୨୦୬ ଶିଳ୍ପକୁ ଅନିମୋଦନ ଦିଆଯାଇଛି । ୫ ବର୍ଷ ଭିତରେ ଯାହା ହୋଇନାହିଁ, ବର୍ଷକରେ ତାହା ହୋଇଛି । ଏନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ ଉତ୍କର୍ଷ ଓଡିଶାରେ ୧୩ ଲକ୍ଷ କୋଟି ଟଙ୍କାର ଏମଓୟୁ ହୋଇଥିଲା । ଏମଓୟୁ ପରେ ଗ୍ରାଉଣ୍ଡ ବ୍ରେକିଂରେ ବିଜେପି ସରକାର ସଫଳ ହୋଇଛି । ଖୋର୍ଦ୍ଧାରେ ୬ ହଜାର କୋଟିର ଗ୍ରାଉଣ୍ଡ ବ୍ରେକିଂ ସହ ୩୦ ହଜାର ନିଯୁକ୍ତି ମିଳିବ । କଳିଙ୍ଗ ନଗରରେ ୧୪ଟି କମ୍ପାନୀ ପାଇଁ ଶିଳାନ୍ୟାସ ହୋଇଛି । ଗଞ୍ଜାମ ଛତ୍ରପୁରଠାରେ ୧୨ଟି କମ୍ପାନୀ ସହ ଏମଓୟୁ ହୋଇଛି । ଉତ୍କର୍ଷ ଓଡିଶାର ୪ ମାସରେ ୪ଟି ସ୍ଥାନରେ ୫୬ ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ ହୋଇଛି । ୧.୭୮ ଲକ୍ଷ କୋଟିର ପୁଞ୍ଜିନିବେଶ ସହ ୧ ଲକ୍ଷ ୧୦ ହଜାର ନିଯୁକ୍ତି ପାଇବେ । ୨୦୩୬ ସମୃଦ୍ଧ ଓଡିଶା ପାଇଁ ଭିତ୍ତି ସ୍ଥାପନ ହୋଇଛି । ୫୦୦ ବିଲିୟନ ଡଲାରର ଅର୍ଥନୀତି ହେବ ଓଡିଶା ।