22.1 C
Bhubaneswar
Monday, December 15, 2025
Homeଦେଶ ବିଦେଶ୨୦୨୪ ସାଧାରଣ ନିର୍ବାଚନ: ବିଜେପିକୁ ମିଳିଛି ୫୫୫୨ କୋଟି, ଖର୍ଚ୍ଚ ହୋଇଛି ୧୭୩୭ କୋଟି

୨୦୨୪ ସାଧାରଣ ନିର୍ବାଚନ: ବିଜେପିକୁ ମିଳିଛି ୫୫୫୨ କୋଟି, ଖର୍ଚ୍ଚ ହୋଇଛି ୧୭୩୭ କୋଟି

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନ ଶେଷ ହେବାର ଯଥେଷ୍ଟ ସମୟ ବିତିସାରିଲାଣି। ନିର୍ବାଚନ ଶେଷ ହେବାର ୩ ମାସ ମଧ୍ୟରେ ସେମାନଙ୍କ ଦଳଗତ ନିର୍ବାଚନୀ ଖର୍ଚ୍ଚର ଏକ ହିସାବ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ପାଇଁ ନିୟମ ରହିଛି। ପୂର୍ବରୁ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ନିର୍ବାଚନ ଖର୍ଚ୍ଚ ନିର୍ବାଚନ କମିଶନଙ୍କ ନିକଟରେ ନିଜ ଖର୍ଚ୍ଚ ହିସାବ ଦାଖଲ କରିସାରିଥିବା ବେଳେ ବିଜେପି ବିଳମ୍ବରେ ନିଜ ହିସାବ ଦାଖଲ କରିଛି। ବିଳମ୍ବରେ ହେଲେ ବି ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ୨୦୨୪ ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ସମ୍ପର୍କୀତ ଖର୍ଚ୍ଚର ହିସାବ ଦାଖଲ କରିଛି। ଏଥିରୁ ଜଣାପଡ଼ିଛି, ୨୦୨୪ ଏପ୍ରିଲ ୧୯ ତାରିଖରେ ନିର୍ବାଚନ ଘୋଷଣା ହେବା ପରଠାରୁ ଜୁନ ୧ ତାରିଖରେ ନିର୍ବାଚନ ଶେଷ ହେବା ସମୟ ମଧ୍ୟରେ ଅର୍ଥାତ୍ ପ୍ରାୟ ଦେଢ଼ ମାସ ଭିତରେ ବିଜେପିକୁ ୫୫୫୨.୪୨ କୋଟି ଟଙ୍କାର ନିର୍ବାଚନୀ ଚାନ୍ଦା ମିଳିଥିବା ବେଳେ ବିଜେପି ନିର୍ବାଚନ ପାଇଁ ଏଥିରୁ ୧୭୩୭ କୋଟି ଟଙ୍କା ଖର୍ଚ୍ଚ କରିଛି।

ଏହି ଅର୍ଥଗୁଡ଼ିକ ଦଳର ସାଂସଦ ଏବଂ ବିଧାୟକଙ୍କୁ ଆବଣ୍ଟିତ ହୋଇଥିବା ନିର୍ବାଚନୀ ଖର୍ଚ୍ଚ ବାବଦ ଅର୍ଥକୁ ମିଶାଇ ହିସାବ କରାଯାଇଛି। ବିଜେପି ନିଜର ସମସ୍ତ ସାଂସଦଙ୍କୁ ୬୦ରୁ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଯୋଗାଇଦେଇଥିବା ବେଳେ ୪ ରାଜ୍ୟର ବିଧାୟକ ପ୍ରାର୍ଥୀଙ୍କୁ ୨୦ ଲକ୍ଷରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇଛି। ସେହିପରି ନିର୍ବାଚନୀ ପ୍ରଚାର ପାଇଁ ମଧ୍ୟ ବିଜେପି ପାଣି ଭଳି ଅର୍ଥ ଖର୍ଚ୍ଚ କରିଛି। ଅର୍ଥାତ୍ କେବଳ ଦେଢ଼ ମାସରେ ମିଳିଥିବା ଅନୁଦାନ ଅର୍ଥରୁ ମଧ୍ୟ ବିଜେପି ପାଖରେ ୩୮୧୫ କୋଟି ଟଙ୍କା ବଳକା ରହିଥିଲା। ସେହିପରି ନିର୍ବାଚନ ପରେ ମଧ୍ୟ ବିଜେପିକୁ ଚାନ୍ଦା ସୂତ୍ରରେ ହଜାର ହଜାର କୋଟି ଟଙ୍କାର ଅନୁଦାନ ମିଳିଛି, ଯାହା ଫଳରେ ନିର୍ବାଚନ ଶେଷ ହେବା ପରେ ମଧ୍ୟ ବିଜେପି ପାଖରେ ୭,୩୬୧ କୋଟି ଟଙ୍କା ବଳକା ରହିଥିବା ବିଜେପି ପକ୍ଷରୁ ଦାଖଲ ହିସାବ ତାଲିକାରୁ ସ୍ପଷ୍ଟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking