ଭୁବନେଶ୍ୱର: ୨୦୨୪ବ୍ୟାଚ୍ ଓଡ଼ିଶା କ୍ୟାଡରର୧୦ଜଣଭାରତୀୟ ପ୍ରଶାସନିକ ସେବା ଶିକ୍ଷାନବୀଶ(ଆଇଏଏସ୍ପ୍ରୋବେସନର) ଆଜିଜଳସଂପଦବିଭାଗ ପରିଦର୍ଶନ କରି ବିଭାଗର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ରମ ସଂପର୍କରେ ଅବଗତ ହୋଇଥିଲେ । ଉନ୍ନୟନକମିଶନରତଥା ଅତିରିକ୍ତମୁଖ୍ୟଶାସନସଚିବଶ୍ରୀମତୀଅନୁଗର୍ଗ, ଜଳ ସଂପଦ ବିଭାଗର ବହୁମୁଖୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଓ କାର୍ଯ୍ୟକ୍ରମ ସଂପର୍କରେରାଜୀବ ଭବନସ୍ଥିତସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଆଇଏଏସ୍ ପ୍ରୋବେସନର ମାନଙ୍କ ସହିତ ଆଲୋଚନା କରିଥିଲେ । ବିଭାଗର ବରିଷ୍ଠ ପଦାଧିକାରୀ,ସର୍ବୋଚ୍ଚଯନ୍ତ୍ରୀ, ବିଭିନ୍ନ ଶାଖାର ମୁଖ୍ୟଯନ୍ତ୍ରୀମାନଙ୍କଉପସ୍ଥିତିରେଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ଆଇଏଏସ୍ ପ୍ରୋବେସନର ମାନଙ୍କୁ କହିଥିଲେ ଯେ, ଅନ୍ୟ ବିଭାଗ ଭଳି ଏବେ ଜଳ ସଂପଦ ବିଭାଗକୁ ରାଜ୍ୟ ସରକାରଙ୍କର ଅଧିକ ଗୁରୁତ୍ୱ ଦେଉଛନ୍ତି ।
ଜଳ ସଂପଦର ସଂରକ୍ଷଣ ଓ ଜଳସେଚନ ପାଇଁ ରାଜ୍ୟ ବଜେଟ୍ ରେ ଅଧିକ ବ୍ୟୟ ବରାଦ କରାଯାଉଛି । ପ୍ରଶିକ୍ଷଣରେ ଥିବା ଏହି ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ଏ କ୍ଷେତ୍ରରେ ରାଜ୍ୟ ସରକାର ତଥା ବିଭାଗକ’ଣକ’ଣଆଶାକରିବ,ସେସଂପର୍କରେଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଆଲୋକପାତ କରିଥିଲେ । ଟ୍ରେନି ଆଇଏଏସ୍ ଅଧିକାରୀମାନଙ୍କୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ପ୍ରଶାସନିକକ୍ଷେତ୍ରରେତାଙ୍କରଦୀର୍ଘଦିନର ଅନୁଭୂତି ଓ ଅଭିଜ୍ଞତାସଂପର୍କରେ ବର୍ଣ୍ଣନା କରିଥିଲେ।ପ୍ରଶିକ୍ଷାର୍ଥୀମାନଙ୍କୁ ସେ କହିଥିଲେଯେ, ଆଗାମୀ ଦିନରେ ଉପ-ଜିଲ୍ଲାପାଳ, ଜିଲ୍ଲାପାଳ ତଥା ବିଭିନ୍ନ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିବା ସମୟରେ ସେମାନେ ପାନୀୟଜଳଯୋଗାଣ, ରାସ୍ତାକାର୍ଯ୍ୟ, ସାମାଜିକସୁରକ୍ଷାଆଦିବିଭିନ୍ନ ସରକାରୀ କାର୍ଯ୍ୟରେବ୍ୟସ୍ତରହିବେ।କିନ୍ତୁଏସବୁଭିତରେସେମାନେଜଳ ସଂପଦ ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକୁଗୁରୁତ୍ୱ ଦେବେ ବୋଲି ସେ ଆବଶ୍ୟକ ପରାମର୍ଶ ଦେଇଥିଲେ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଜଳସଂପଦ ବିଭାଗରେ ବୃହତ୍, ମଧ୍ୟମଜଳ ସେଚନ, କ୍ଷୁଦ୍ରଜଳସେଚନ, ମେଗା ଲିଫ୍ଟ ପ୍ରକଳ୍ପ, ଜଳ ସଂରକ୍ଷଣ ଓ ଜଳସେଚନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରୁଛନ୍ତି ।ସେହିପରିଆମରପ୍ରାୟ ୩୭୦୦୦ଉଠାଚଳସେଚନପ୍ରକଳ୍ପରାଜ୍ୟରଜଳସେଚନବ୍ୟବସ୍ଥାକୁପ୍ରମୁଖଯୋଗଦାନଦେଇ ଲୋକଙ୍କର ଆର୍ଥିକବିକାଶଓଜୀବନପରିବର୍ତ୍ତନରେଉଲ୍ଲେଖନୀୟ ଯୋଗଦାନ ଦେଉଛି । ଆଇଏଏସ୍ ପ୍ରୋବେସନରମାନଙ୍କୁ ଆଗାମୀ ଦିନରେ ଦୂରଦୃଷ୍ଟି ସଂପନ୍ନ ଓ ବଡ଼ ଆଭିମୁଖ୍ୟ ନେଇକାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇ ଶ୍ରୀମତୀ ଗର୍ଗ କହିଲେ ଯେ, ସେମାନଙ୍କକାର୍ଯ୍ୟଦ୍ୱାରାଯେପରିଅଧିକଲୋକଉପକୃତହେବେ, ସେମାନେ ସେଥି ପ୍ରତି ଦୃଷ୍ଟିଦେବେ।ଆମେ ଜଳକୁ ପିଇବା ପାଣି ଏବଂ ଶିଳ୍ପଆଦି ପାଇଁବ୍ୟବହାର କରୁଛୁ । କୃଷି ପାଇଁ ଅଧିକରୁ ଅଧିକ ଜଳସେଚନ ସୁବିଧା କରି ଏହାକିପରିଲୋକଙ୍କଜୀବନଶୈଳୀରେପରିବର୍ତ୍ତନଆଣିପାରିବ, ସେଥିପ୍ରତିଦୃଷ୍ଟିଦେବାକୁ ସେ କହିଥିଲେ । ଜଳସେଚନ ସହିତ ଓକୃଷିକୁସାଥିରେ ଏକାଠିପ୍ରାଧାନ୍ୟଦେବାକୁ ସେ କହିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଜଳସଂପଦ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଶେଷ କରି ବଡ଼ ବଡ଼ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ବିଭାଗ ଗୁରୁତ୍ୱ ଦେଉଛି । ଏଥିପାଇଁ ବିଭାଗରେ ନିୟମିତ ସମୀକ୍ଷା କରାଯାଉଛି । ସେହିପରିବଡବଡପ୍ରକଳ୍ପକାର୍ଯ୍ୟକାରୀକଲାବେଳେପରିବେଶ ମଂଜୁରୀ,ଭୂ-ଅଧିଗ୍ରହଣସମସ୍ୟା, ପୁନର୍ବାସଓଥଇଥାନସମସ୍ୟାରହୁଛି । କିନ୍ତୁଦାୟିତ୍ୱପୂର୍ଣ୍ଣପୁନର୍ବାସ ଓ ଥଇଥାନକୁ ଆମେ ଗୁରୁତ୍ୱଦେଉଛୁ । ପ୍ରକଳ୍ପ ସଂପୂର୍ଣ୍ଣ କରିବାରେ ଡେରି ହେଲେ ଏଥିପାଇଁ ଜମି ଦେଇଥିବା ଲୋକମାନେ ପ୍ରଭାବିତ ହୋଇଥାନ୍ତି । ପ୍ରକଳ୍ପ ଖର୍ଚ୍ଚ ବଢିଯାଏ । ସେଥିପାଇଁ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷକରି ସେହି ଅଂଚଳର ଲୋକଙ୍କୁ ଆମର ନ୍ୟାୟ ଦେବା ଉଚିତ୍ ବୋଲି ସେ ପ୍ରୋବେଶନର ଅଧିକାରୀମାନଙ୍କୁ ପରାମର୍ଶ ଦେଇ ସେମାନଙ୍କୁ ଭବିଷ୍ୟତରେ ଏସବୁ ପ୍ରତି ଦୃଷ୍ଟି ଦେଇ ଦୃଢ଼ ନେତୃତ୍ୱର ସହ ଭଲକାମ କରିବାକୁ ଉତ୍ସାହିତ କରିଥିଲେ ।
ସେକହିଥିଲେଯେ, ବର୍ଷାଋତୁରେଯେଉଁଭୂପୃଷ୍ଠଜଳସମୁଦ୍ରକୁଚାଲିଯାଉଛିତାହାକୁ ବିଭିନ୍ନଉପାୟରେଅଟକାଯାଇସଂରକ୍ଷଣ କରାଯିବା, ଚାଷ, ଜଳସେଚନଆଦି ଲୋକଙ୍କକାମରେଲଗାଇବାଆହ୍ୱାନରହିଛି।ଜଳବାୟୁପରିବର୍ତ୍ତନମୁଖ୍ୟସମସ୍ୟାହୋଇଛି । କାର୍ଯ୍ୟକଲାବେଳେବିଭିନ୍ନଚାପ ରହିବ ।କିନ୍ତୁଅଗ୍ରାଧିକାର ଭିତ୍ତିରେ କେଉଁ କାର୍ଯ୍ୟ ଆଗ କରିବାକୁ ହେବ, ତାହାକୁ ଲକ୍ଷ୍ୟରଖିକାର୍ଯ୍ୟକଲେ କାର୍ଯ୍ୟ କରିବା ସହଜ ହେବ ବୋଲି ସେପରାମର୍ଶଦେଇଥିଲେ। ଉନ୍ନୟନ କମିଶନର ପ୍ରକଳ୍ପ କାର୍ଯ୍ୟକାରିତା ବେଳେ ବିଭିନ୍ନ ସମୟରେ ଆହ୍ୱାନର ସମ୍ମୁଖୀନ ହୋଇ ମଧ୍ୟ କିପରି ଦୃଢ ମନୋବଳର ସହ କାର୍ଯ୍ୟ କରି ସଫଳତାପାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ଲୋକମାନଙ୍କୁ ତାହା ଉପକୃତ କରିଛି, ତାହାରଉଦାହରଣଦେବାବେଳେସେଭାବବିହ୍ୱଳ ହୋଇଥିଲେ, ଯାହାଆଇଏସ୍ ପ୍ରୋବେସନରମାନଙ୍କୁପ୍ରଭାବିତ କରିଥିଲା।ଆଗାମୀଦିନରେସେମାନେରାଜ୍ୟପାର୍ଇଭଲକାର୍ଯ୍ୟକରିନିଜପାର୍ଇ, ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରନ୍ତୁ ବୋଲି ସେଆଶାପୋଷଣ କରି ପ୍ରୋବେସନ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ଜଳ ସଂପଦ ବିଭାଗ ଅଧିନରେ ଥିବା ବୃହତଓମଧ୍ୟମଜଳସେଚନ, କ୍ଷୁଦ୍ରଜଳସେଚନ, ଓ୍ୱାଲ୍ମୀ, ଓସିସିଏଲଓଏଲଆଇସି, ଭୂତଳଜଳବିକାଶ ଆଦି ସଂସ୍ଥା ଓ ଶାଖା ରହିଥିବା ଓ ବିଭାଗରେ କାର୍ଯ୍ୟକାରୀ କରାଯାଉଥିବା ସେଚାଞ୍ଚଳଉନ୍ନୟନଓଭାଗଦାରୀଜଳସେଚନ ବ୍ୟବସ୍ଥା, ବିଭିନ୍ନ ଜଳ ସେଚନ ପ୍ରକଳ୍ପ ପାଇଁଭୂ-ଅଧିଗ୍ରହଣ, ପୁନର୍ବାସଓଥଇଥାନ ବ୍ୟବସ୍ଥା, ପ୍ରକଳ୍ପପରିଚାଳନାଓରକ୍ଷଣାବେକ୍ଷଣ, ଭୂପୃଷ୍ଠଜଳସଂରକ୍ଷଣ, ଭୂତଳଜଳର ବିକାଶ, ବନ୍ୟା ନିୟନ୍ତ୍ରଣ, ଜଳନିଷ୍କାସନବ୍ୟବସ୍ଥାରେ ଉନ୍ନତି, ରାଜ୍ୟଜଳନୀତିପ୍ରସ୍ତୁତି, ରାଜ୍ୟଜଳଯୋଜନା , ଶିଳ୍ପ, ସହରାଞ୍ଚଳ, ଗ୍ରାମାଞ୍ଚଳ, ଜଳକରଆଦାୟ, ଆନ୍ତଃ ନଦୀ ଜଳବିବାଦର ସମାଧାନ ପଦକ୍ଷେପ ଆଦି ସଂପର୍କିତ କାର୍ଯ୍ୟ ଓ କାର୍ଯ୍ୟକ୍ରମ ସଂପର୍କରେ ଆଇଏସ୍ ପ୍ରୋବେସନରମାନଙ୍କୁ ଅବଗତ କରାଯାଇଥିଲା । ପ୍ରକାଶ ଥାଉକି, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଜରିଆରେ ପ୍ରଶିକ୍ଷଣ ନେଉଥିବା ଏହି ପ୍ରୋବେଶନର ଭାରତୀୟ ପ୍ରଶାସନିକ ଅଧିକାରୀମାନେ ରାଜ୍ୟ ସରକାରଙ୍କ ଅନ୍ୟ ବିଭିନ୍ନ ପ୍ରମୁଖ ବିଭାଗ ଗସ୍ତ କରି ସେମାନଙ୍କର କାର୍ଯ୍ୟ, ବିଭିନ୍ନ କାର୍ଯ୍ୟକ୍ରମ ଓ ନୀତି ସଂପର୍କରେ ଜାଣିବେ ବୋଲି ଏକାଡେମୀ ତରଫରୁ ଜଣାଯାଇଛି ।