27.1 C
Bhubaneswar
Friday, December 5, 2025
Homeଓଡିଶା୨୦୨୪- ୨୫ରେ ୨୫୮. ୫୪ କୋଟି ଟଙ୍କା ବ୍ୟୟରେ ୭୧୫୬ଟି ପ୍ରକଳ୍ପ ସମ୍ପୁର୍ଣ୍ଣ

୨୦୨୪- ୨୫ରେ ୨୫୮. ୫୪ କୋଟି ଟଙ୍କା ବ୍ୟୟରେ ୭୧୫୬ଟି ପ୍ରକଳ୍ପ ସମ୍ପୁର୍ଣ୍ଣ

ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ବିକଶିତ ଗାଁ, ବିକଶିତ ଓଡିଶା ଯୋଜନାରେ ଅର୍ଥ ପ୍ରାବଧାନ ଉପରେ ପ୍ରଶ୍ନ ପଚାରିଛନ୍ତି, ଯେ,  ବିକଶିତ ଗାଁ- ବିକଶିତ ଓଡିଶା ଯୋଜନାରେ  ୨୦୨୪-୨୫  ଏବଂ ୨୦୨୫-୨୭  ଆର୍ଥିକ  ବର୍ଷ ପାଇଁ କେତେ ଟଙ୍କାର ପ୍ରାବଧାନ କରାଯାଇଛି। ଏବଂ ଆଠଗଡ ନିର୍ବାଚନ ମଣ୍ଡଳୀ ପାଇଁ ଏହି ଯୋଜନାରେ କେତେ ଟଙ୍କା  ମଌଶଗ୍ଧ;୍‌ଜୁର ହୋଇଛି । ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ରବି ନାରାୟଣ ନାଏକ ଉତ୍ତରରେ କହିଛନ୍ତି,  ଫେବୃୟାରୀ ୫ ୨୦୨୫ରେ ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଆର୍ଥିକ ବର୍ଷ ୨୦୨୪- ୨୫ ପାଇଁ ଏବଂ  ୨୦୨୫-୨୬ ପାଇଁ ଯଥାକ୍ରମେ ମୋଟ ୧୦୦୦ କୋଟି ଏବଂ ୨୦୦୦ କୋଟି ଟଙ୍କାର ବଜେଟ ପ୍ରାବଧାନ କରାଯାଇଛି ।  ସେଥିରୁ ୨୦୨୪- ୨୫ ଆର୍ଥିକ ବର୍ଷ ପାଇଁ ଅଦ୍ୟାବଧି ୨୫୮. ୫୪ କୋଟି ଟଙ୍କା ବ୍ୟୟରେ  ମୋଟ ୭୧୫୬ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ  ସମ୍ପୁର୍ଣ୍ଣ ହୋଇଛି । ଏବଂ ୬୦୦.୭ କୋଟି ବ୍ୟୟ ଅଟକଳରେ ୧୩୨୩୩ଟି ପ୍ରକଳ୍ପ  ନିର୍ମାଣଧୀନ ରହିଛି । ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ୩ଟି ବ୍ଲକ ଯଥା, ଆଠଗଡ, ତିଗିରିଆ ଟାଙ୍ଗୀ, – ଚୌଦାର ବ୍ଲକ ପାଇଁ ଏହି ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୮.୪ କୋଟି ଟଙ୍କା  ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ୧୦.୦୭ କୋଟି ଟଙ୍କା ମଞ୍ଜୁର ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking