23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶ୨୦୦୮ ଜୟପୁର ସିରିଜ୍ ବୋମା ବିସ୍ଫୋରଣ ମାମଲା: ୧୭ ବର୍ଷ ପରେ ଆସିଲା କୋର୍ଟ ରାୟ...

୨୦୦୮ ଜୟପୁର ସିରିଜ୍ ବୋମା ବିସ୍ଫୋରଣ ମାମଲା: ୧୭ ବର୍ଷ ପରେ ଆସିଲା କୋର୍ଟ ରାୟ ୪ ଆତଙ୍କବାଦୀଙ୍କୁ ଆଜୀବନ

ଜୟପୁର: ୨୦୦୮ ଜୟପୁର ସିରିଏଲ୍ ବିସ୍ଫୋରଣ ମାମଲାରେ ୪ ଆତଙ୍କବାଦୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଜୟପୁରର ସ୍ୱତନ୍ତ୍ର କୋର୍ଟ ସୈଫୁର ରେହମାନ, ମହମ୍ମଦ ସୈଫ୍‌, ମହମ୍ମଦ ସରୱାର ଆଜ୍‌ମୀ ଏବଂ ଶେହବାଜ ଅହମ୍ମଦଙ୍କୁ ଦୋଷୀ ସାବ୍ୟସ୍ତ ପୂର୍ବକ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି। ଏହି ମାମଲାରେ କୋର୍ଟ ୬୦୦ ପୃଷ୍ଠାରେ ତାଙ୍କର ରାୟ ପ୍ରଦାନ କରିଛନ୍ତି। ୧୩ ମେ, ୨୦୦୮ରେ ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ସିରିଜ ବିସ୍ଫୋରଣ ଘଟଣ।। ଘଟିଥିଲା। ଗୋଟିଏ ପରେ ଗୋଟିଏ ୮ଟି ବୋମା ବିସ୍ଫୋରଣ ଘଟିଥିଲା। ତେବେ ଚାନ୍ଦପୋଲ ବଜାରର ଏକ ମନ୍ଦିର ନିକଟରେ ୯ମ ତଥା ଏକ ଅଫୁଟା ବୋମା ମିଳିଥିଲା, ଯାହାକୁ ବୋମା ନିଷ୍କ୍ରିୟ ଟିମ୍ ସଫଳତା ପୂର୍ବକ ନିଷ୍କ୍ରିୟ କରିପାରିଥିଲେ।

ଫଳରେ ୯ମ ବୋମା ବିସ୍ଫୋରଣଜନିତ ମୃତ୍ୟୁସଂଖ୍ୟାକୁ ରୋକାଯାଇପାରିଥିଲା। କିନ୍ତୁ ବାକି ୮ଟି ବିସ୍ଫୋରଣରେ ୭୧ ଜଣ ପ୍ରାଣ ହରାଇଥିଲେ ଓ ୧୮୫ ଜଣ ଆହତ ହୋଇଥିଲେ। ସମଗ୍ର ଦେଶକୁ ଥରାଇ ଦେଇଥିବା ଏହି ସିରିଏଲ ବିସ୍ଫୋରଣଜନିତ ଘଟଣାରେ ଉପରୋକ୍ତ ୪ ଅଭିଯୁକ୍ତ ସାମିଲ ଥିବା ଜଣାପଡିଥିଲା। ପୂର୍ବରୁ ଏହି ମାମଲାରେ ୪ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ପରେ, ରାଜସ୍ଥାନ ହାଇକୋର୍ଟ ମାର୍ଚ୍ଚ ୨୦୨୩ ରେ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତେବେ ଉକ୍ତ ଅଫୁଟା ବୋମା ସେମାନଙ୍କୁ ପୁଣି ଜେଲ୍ ଭିତରକୁ ଆଣିବାକୁ ସକ୍ଷମ ହୋଇଛି । ୧୭ ବର୍ଷ ପୁରୁଣା ଏହି ମାମଲାରେ, ସରକାରୀ ଓକିଲ ୧୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ ଏବଂ ପ୍ରାୟ ୧୨୦୦ ଦସ୍ତାବିଜ କୋର୍ଟରେ ଉପସ୍ଥାପନ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପୂର୍ବକ କୋର୍ଟ ପୂର୍ବରୁ ମାର୍ଚ୍ଚ ୨୯କୁ ରାୟର ତାରିଖ ଭାବରେ ଧାର୍ଯ୍ୟ କରିଥିଲେ, କିନ୍ତୁ ଗତ ଶୁଣାଣିରେ କୋର୍ଟ ତାଙ୍କର ରାୟ ଦେଇନଥିଲେ ଏବଂ ଆଜିର ତାରିଖ ଦଣ୍ଡାଦେଶ ପାଇଁ ଧାର୍ଯ୍ୟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking