23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଷ୍ଟେସନରେ ନିଆଁ ଲାଗି ଜଳିଗଲା ୨୦୦ ବାଇକ

ଷ୍ଟେସନରେ ନିଆଁ ଲାଗି ଜଳିଗଲା ୨୦୦ ବାଇକ

ନୂଆଦିଲ୍ଲୀ : ରେଲଓ୍ୱେରେ ଲାଗିଲା ଭୟଙ୍କର ନିଆଁ। ହୁ ହୁ ହୋଇ ଜଳିଗଳା ୨୦୦ରୁ ଅଧିକ ବାଇକ୍‌। ବାରଣାସୀର ରେଲଓ୍ୱେ ଷ୍ଟେସନରେ ଘଟିଛି ଏଭଳି କିଛି ଭୟଙ୍କର ଅଗ୍ନିକାଣ୍ଡ। ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାରଣାସୀର କେଣ୍ଟ ରେଲଓ୍ୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରେ ଥିବା ପାର୍କିଂରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍ ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ପାର୍କିଂରେ ଅଧିକାଂଶ ରେଲଓ୍ୱେ କର୍ମଚାରୀଙ୍କର ହିଁ ଗାଡି ପାର୍କ ହୋଇଥିଲା। ତେବେ ଅଗ୍ନିଶମ ବାହିନୀକୁ ଏନେଇ ଖବର ଦିଆଯାଇଥିଲେ ସିଦ୍ଧା ଠିକ୍ ସମୟରେ ପହଞ୍ଚି ପାରିନଥିଲା। ତେଣୁ ଶହ ଶହ ଗାଡ଼ି ଜଳି ପୋଡି ପାଉଁଶ ହୋଇଯାଇଥିଲା। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇ ନାହାନ୍ତି। ପରେ ଅଗ୍ନିଶକ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେପଟେ ଖବର ପାଇଁ ସିଓ ଜିଆର୍‌ପି କେଣ୍ଟ ଓ କେଣ୍ଟ  ଇନସପେକ୍ଟର ହେମନ୍ତ ସିଂହ, ପୁଲିସ ଷ୍ଟେସନ ଏଜଚ ବାରାଣାସୀ କେଣ୍ଟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୋଟରସାଇକେଲ ଷ୍ଟାଣ୍ଡର କେୟାରଟେକର ଏବଂ କ୍ୟାଣ୍ଟିନ କର୍ମଚାରୀଙ୍କ କହିବାନୁସାରେ, ଇଲେକ୍ଟ୍ରିକ୍ ତାରରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking