ଭୁବନେଶ୍ୱର: ଇ –ବସ୍ ସେବା ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଆସିବ ୨୦୦ ଇଲେକ୍ଟ୍ରି ବସ୍ । ୪ ଜିଲ୍ଲାରେ ଚାଲିବ ୨୫ଟି ଲେଖାଏଁ ଇ-ବସ୍ । ଝାରସୁଗୁଡା, ବାରିପଦା, ଅନୁଗୁଳ, କେନ୍ଦୁଝରରେ ଚାଲିବ ନୂଆ ଇ-ବସ୍ । ସମ୍ବଲପୁର ଓ ବ୍ରହ୍ମପୁରରେ ୫୦ଟି ଲେଖାଏଁ ବସ୍ ଚାଲିବ । ଓଡ଼ିଶାକୁ ବିମାନ ଚଳାଚଳ କ୍ଷେତ୍ରରେ ପୂର୍ବ ଭାରତର ଏକ ବିକଶିତ ରାଜ୍ୟରେ ପରିଣତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।










