31.1 C
Bhubaneswar
Tuesday, July 2, 2024
Homeଓଡିଶାଖୋଲାଯିବ ୨ ଶହ ଗୋଶାଳା

ଖୋଲାଯିବ ୨ ଶହ ଗୋଶାଳା

ଭୁବନେଶ୍ବର : ରାଜ୍ୟରେ ଖୋଲାଯିବ ୨ ଶହ ଗୋଶାଳା । ଭ୍ରାମ୍ୟମାଣ ଗୋଶାଳା ଚିକିତ୍ସାଳୟ ବି ଖୋଲିବ । ଦୁର୍ଘଟଣାରେ ଆହତ ପଶୁ ସମ୍ପଦର ହେବ ଚିକିତ୍ସା । ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା । ସେ କହିଛନ୍ତି, ରାଜ୍ୟରେ ବୃଦ୍ଧି ପାଉଥିବା ଗୋଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଗୋଚାଳାଣ କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ରାଜ୍ୟରେ ମତ୍ସ ଉତ୍ପାଦାନ ନେଇ ବିଶେଷ ଗୁରୁତ୍ବ ଦିଆଯାଉଛି । ମତ୍ସ୍ୟଜୀବୀଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ଧ୍ୟାନ ଦିଆଯାଉଛି । ଗ୍ରାମାଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ଶୀତଳଭଣ୍ଡାର ନିର୍ମାଣ କରାଯିବ । ନିର୍ବାଚନୀ ଘୋଷଣା ପତ୍ରରେ ଦିଆଯାଇଥିବା ପ୍ରତିଶୃତିକୁ ପୁରା କରାଯିବ । ଏମଏସଏମଇ ଜରିଆରେ ଯୁବକଙ୍କୁ କିଭଳି ଆତ୍ମନିର୍ଭର କରାଯିବ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking