29.1 C
Bhubaneswar
Thursday, April 24, 2025
Homeଦେଶ ବିଦେଶଜେଇଇ ପରୀକ୍ଷାରୁ ବଞ୍ଚିତ ହେଲେ ୨୦ ଛାତ୍ରଛାତ୍ରୀ

ଜେଇଇ ପରୀକ୍ଷାରୁ ବଞ୍ଚିତ ହେଲେ ୨୦ ଛାତ୍ରଛାତ୍ରୀ

ବିଶାଖାପାଟନା: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ଦକ୍ଷିଣ ଭାରତୀୟ ଫିଲ୍ମଜଗତରେ ପାୱାର ଷ୍ଟାର ଭାବେ ପରିଚିତ ପୱନ କଲ୍ୟାଣଙ୍କୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ସୋମବାର ବିଶାଖାପଟନମ୍ ଦେଇ ପୱନ୍ କଲ୍ୟାଣଙ୍କ କନ୍‌ଭୟ ଯାଇଥିବା ବେଳେ ଏହା ପ୍ରାୟ ୨୦ରୁ ଅଧିକ ଆଶାୟୀଙ୍କ ଆଶାକୁ ଚୁରମାର୍ କରିଦେଇଛି। ରିପୋର୍ଟ ଅନୁସାରେ ସୋମବାର ଜେଇଇ (ମେନ୍‌) ପ୍ରବେଶିକା ପରୀକ୍ଷା ଦେବା ପାଇଁ ସକାଳ ସମୟରେ ୨୩ ଆଶାୟୀ ନିଜ ଘରୁ ବାହାରିଥିଲେ। ଏମାନେ ଗୋଟିଏ ଗାଡ଼ିରେ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ। କିନ୍ତୁ ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପୱନ୍ କଲ୍ୟାଣଙ୍କ କାରକେଡ୍ ବା କନ୍‌ଭୟ ଯାଉଥିବାରୁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ଦୀର୍ଘସମୟ ଧରି ଆଶାୟୀଙ୍କ ଗାଡ଼ି ଟ୍ରାଫିକ୍‌ରେ ଫସିରହିଥିଲା ଏହି କାରଣରୁ ପିଲାମାନେ ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ପରୀକ୍ଷା କେନ୍ଦ୍ର ନିକଟରେ ପହଞ୍ôଚପାରିନଥିଲେ। ତେବେ ଏହାକୁ ନେଇ ଅଭିଯୋଗ ହୋଇଛି।

ବିଶାଖାପାଟଣାର ପେଣ୍ଡୁର୍ଥୀରେ ଆୟନ ଡିଜିଟାଲ୍ ପରୀକ୍ଷା କେନ୍ଦ୍ର ନିକଟରେ ଏହି ଘଟଣା ଘଟିଛି। ଅତି କମ୍‌ରେ ୨୩ଜଣ ଛାତ୍ରଙ୍କ ଅଭିଭାବକ ପରୀକ୍ଷା କେନ୍ଦ୍ର ବାହାରେ ଏକାଠି ହୋଇ ସେମାନଙ୍କ ପିଲାମାନଙ୍କୁ ବିଳମ୍ବରେ ପହଞ୍ଚିବା ପାଇଁ ପ୍ରବେଶରୁ ବଞ୍ଚିତ କରାଯିବା ନେଇ ଦୁଃଖ ପ୍ରକାଶ କରିଥିଲେ। ଅଭିଭାବକଙ୍କ କହିବାନୁସାରେ “ଆମର ପିଲାମାନେ ମାସ ମାସ ଧରି ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। ସେମାନଙ୍କ ନିୟନ୍ତ୍ରଣ ବାହାରେ ଥିବା କିଛି କାରଣ ପାଇଁ ପିଲାମାନଙ୍କୁ ଏମାନଙ୍କୁ ପରୀକ୍ଷାରୁ ବଞ୍ôଚତ ରହିବାକୁ ପଡ଼ିବା ଅତ୍ୟନ୍ତ ହୃଦୟ ବିଦାରକ। ତେବେ ଏପ୍ରକାର ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ ଦଳଗୁଡ଼ିକ ଏବେ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରିଛନ୍ତି।

ଜବାବରେ, ବିଶାଖାପାଟଣା ସିଟି ପୋଲିସ୍ ଏହି ଦାବିଗୁଡ଼ିକୁ ପ୍ରତ୍ୟାଖ୍ୟାନ କରି ଏକ ବିସ୍ତୃତ ସ୍ପଷ୍ଟୀକରଣ ଜାରି କରିଛି। ସିଟି ପୋଲିସ୍ ରିପୋର୍ଟ ଅନୁସାରେ ପରୀକ୍ଷା ନିର୍ଦ୍ଦେଶାବଳୀ ଅନୁଯାୟୀ ଛାତ୍ରଛାତ୍ରୀମାନେ ସକାଳ ୭ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରିବାକୁ ବାଧ୍ୟତାମୂଳକ ଥିବା ବେଳେ ପରୀକ୍ଷା କେନ୍ଦ୍ରର ଗେଟ୍‌ଗୁଡ଼ିକ କଡ଼ାକଡ଼ି ସକାଳ ୮ଟାରେ ବନ୍ଦ ହୋଇଥିଲା। ଉପମୁଖ୍ୟମନ୍ତ୍ରୀଙ୍କ କନଭୟ ୮.୪୧ରେ ସେହି ଅଞ୍ଚଳ ଦେଇ ଗତି କରିଥିଲା। ପରୀକ୍ଷା କେନ୍ଦ୍ରର ଗେଟ୍ ବନ୍ଦ ହେବା ପରେ ହିଁ ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ସେହି ଅଞ୍ଚଳ ଦେଇ ଗତି କରିଛି। ଏହାର ଅର୍ଥ ଛାତ୍ରଙ୍କ ବିଳମ୍ବ ଆଗମନ ସହ ଉପମୁଖ୍ୟମନ୍ତ୍ରୀଙ୍କ କନଭୟ ଯିବାର କୌଣସି ସମ୍ପର୍କ ନାହିଁ। ଅନ୍ୟପକ୍ଷେ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, ରୁଟ୍‌ରେ ଟ୍ରାଫିକ୍ ପ୍ରବାହ ଏବଂ କନଭୟ ଗତିବିଧିର ଏକ ବିସ୍ତୃତ ଯାଞ୍ଚ କରିବାକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking