ଭୁବନେଶ୍ୱର: ବିଭିନ୍ନ ଗଣମାଧ୍ୟମର ପ୍ରକାଶିତ ଖବରଗୁଡିକ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ଶାସନ ସଚିବ ଆଦିଙ୍କ ଦୃଷ୍ଟିକୁ ଆଣିବାପାଇଁ ଓଡିଶା ସୂଚନା ଦେବା ବର୍ଗର ୨୦ଜଣ ଅଧିକାରୀ ଓ ୩ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଉଲ୍ଲେଖକରିଛନ୍ତି ଯେ ଛାପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ ଓ ବିଭିନ୍ନ ସୋସିଆଲ ମିଡିଆରେ ପ୍ରକାଶିତ ଖବରଗୁଡିକ ପ୍ରକାଶିତ ହେବା ଦିନ ହିଁ ସୂଚନା/ଲୋକସମ୍ପର୍କ ଅଧିକାରୀମାନେ ଖବରକାଗଜଉିହକର ସମ୍ପୃକ୍ତ ଅଂଶକୁ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ପାଇଁ ଉପରୋକ୍ତ ମନ୍ତ୍ରୀଙ୍କ ଦପ୍ତର ଓ ନିଜ ନିଜ ବିଭାଗକୁ ପଠାଇଥାନ୍ତି । ଏହାଛଡା ଅତିରିକ୍ତ ଭାବେ ହ୍ୱାଟସ୍ଆପ୍ ଦ୍ୱାରା ମଧ୍ୟ ବିଭିନ୍ନ ବିଭାଗ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ସୂଚନା / ଲୋକସମ୍ପର୍କ ଅଧିକାରୀମାନେ ଉପରେକ୍ତ ମନ୍ତ୍ରୀଙ୍କ ଦପ୍ତର ଓ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରିଥାନ୍ତି ।