ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦ ଜଳଭଣ୍ଡାରର ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସକାଳଏ ପୁଣି ଚାରୋଟି ଗେଟ ଖୋଲି ଦିଆଯାଇଛି । ଏବେ ମୋଟ ୨୦ଟି ଗେଟ ଖୋଲାଯାଇଛି । ବାମପଟେ ୧୩ ଓ ଡାହାଣ ପଟେ ୭ଟି ଗେଟ ଖୋଲା ରହିଛି । ଅନ୍ୟପଟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହୀରୀକୁଦ ଜଳଭଣ୍ଡାରର ୨୦ଟି ଗେଟ ଖୋଲାଯାଇଥିବାରୁ ମହାନଦୀରେ ବନ୍ୟା ଜଳସ୍ତର ବଢିବାର ଆଶଙ୍କା ରହିଛି । ଫଳରେ ହୀରାକୁଦ ଡ୍ୟାମର ତଳ ମୁଣ୍ଡରେ ଥିବା ନଦୀ ଶଯ୍ୟା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ରହିଛି ।










