22.1 C
Bhubaneswar
Friday, January 16, 2026
Homeଓଡିଶାଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀଙ୍କର ଦ୍ୱିତୀୟ ଦିନରେ ୨୦ ଜିଲ୍ଲାର ସଭାପତି ତଥା ବରିଷ୍ଠ କଂଗ୍ରେସ...

ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀଙ୍କର ଦ୍ୱିତୀୟ ଦିନରେ ୨୦ ଜିଲ୍ଲାର ସଭାପତି ତଥା ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ସହିତ ଆଲୋଚନା କଲେ

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏବଂ ସହ ପ୍ରଭାରୀ ଶାହାନାଜ୍ ଚୌଧୁରୀ ଓ ରୋଜାନିଲ୍ ତିର୍କୀ, ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ୍ ପ୍ରମୁଖ ୨୦ଟି ଜିଲ୍ଲାର ସଭାପତି, ବରିଷ୍ଠ ନେତୃବର୍ଗ, ବିଭିନ୍ନ ପ୍ରକୋଷ୍ଠ ଓ ବିଭାଗର ଅଧିକାରୀ ତଥା ଗତ ନିର୍ବାଚନରେ କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀ ଓ ଲୋକସଭାର ପ୍ରାର୍ଥୀ ସହିତ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସଙ୍କ ସହିତ କିଭଳି ଭାବେ ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ କଂଗ୍ରେସ ସଂଗଠନକୁ ଅଧିକ ଶକ୍ତିଶାଳୀ ଓ ମଜଭୁତ କରାଯିବ ସେଥିପାଇଁ ସମସ୍ତଙ୍କ ପାଖରୁ ଖୋଲା ମନ ଓ ହୃଦୟରେ ତଥ୍ୟ ସଂଗ୍ରହ କରିଲେ ।

ଜିଲ୍ଲାର ନେତୃବର୍ଗଙ୍କୁ ଶ୍ରୀ ଲଲ୍ଲୁ ଗୁରୁମନ୍ତ୍ର ଦେଇ କହିଛନ୍ତି ଲୋକଙ୍କ ସହିତ, ଲୋକଙ୍କ ପାଇଁ ଓ ରାଜ୍ୟର ସ୍ୱାର୍ଥ ପାଇଁ କଂଗ୍ରେସ ନେତୃବର୍ଗ ସବୁବେଳେ ଲଢ଼ିବା ଉଚିତ୍ । ଓଡ଼ିଶାରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଏ ଶୂନ୍ୟସ୍ଥାନକୁ କଂଗ୍ରେସ ହିଁ କେବଳ ପୂରଣ କରିପାରିବ । ପୂର୍ବରୁ କଂଗ୍ରେସ ସରକାର ସମୟରେ ସବୁକ୍ଷେତ୍ରରେ ବିକାଶ ହୋଇଥିଲା । ଏପରିକି ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଶିଳ୍ପ ଓ କୃଷିକ୍ଷେତ୍ରରେ ବହୁ ପ୍ରଗତି ହୋଇଥିଲା । ଓଡ଼ିଶାର ଜନସାଧାରଣ କଂଗ୍ରେସର ସରକାର ଦେଖିବାକୁ ଚାହୁଁଛନ୍ତି । ତେଣୁ ପ୍ରତ୍ୟେକ କଂଗ୍ରେସ କର୍ମୀ ନିଷ୍ଠାପର ଭାବରେ ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିକୋଣରୁ କାମ କରିବାକୁ ପଡ଼ିବ । ରାଜ୍ୟର ପ୍ରଗତି କଂଗ୍ରେସର ଏକମାତ୍ର କାମ୍ୟ । ଡବଲ ଇଞ୍ଜିନ ସରକାର ଆସୁ ଆସୁ ଡବଲ ଦୁର୍ନିତି କରିସାରିଲାଣି । ଏହାର ପର୍ଦ୍ଦାଫାସ କରାଯିବ । ଏ ରାଜ୍ୟରେ ଆଦିବାସୀ ଓ ଦଳିତ ପରିବାରର ମହିଳାମାନେ ଆଦୌ ସୁରକ୍ଷିତ ନୁହଁନ୍ତି । ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କେବଳ କଲମ, କାଗଜରେ ରହିଛି । ଆସନ୍ତା ଦିନରେ କଂଗ୍ରେସ ପଞ୍ଚାୟତ ଠାରୁ ଆରମ୍ଭ କରି ରାଜ୍ୟ ରାଜଧାନୀରେ ଡବଲ ଇଞ୍ଜିନ ସରକାର, ଦୁର୍ନିତ, ଅପରାଗତା ଓ ଲୁଟ୍ ବିରୁଦ୍ଧରେ ଲଢ଼େଇ କରିବ ।

ଆଜିର କାର୍ଯ୍ୟକ୍ରମରେ କଟକ, କଟକ ନଗର, ସୁନ୍ଦରଗଡ଼, କଳାହାଣ୍ଡି, ନୂଆପଡ଼ା, ମୟୁରଭଞ୍ଜ (ପୂର୍ବ), ମୟୁରଭଞ୍ଜ (ପଶ୍ଚିମ), ବଲଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, ରାୟଗଡ଼ା, ଯାଜପୁର, କେନ୍ଦ୍ରାପଡ଼ା, ଦେଓଗଡ଼ ଓ କେନ୍ଦୁଝର ପ୍ରମୁଖ ଜିଲ୍ଲାର ଜିଲ୍ଲାର ସଭାପତି, ବରିଷ୍ଠ ନେତୃବୃନ୍ଦମାନେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking