18.1 C
Bhubaneswar
Friday, January 16, 2026
Homeଓଡିଶାମାଟି ଖୋଳୁଥିବା ବେଳେ ପଥର ପଡ଼ି ୨ ଶ୍ରମିକ ମୃତ

ମାଟି ଖୋଳୁଥିବା ବେଳେ ପଥର ପଡ଼ି ୨ ଶ୍ରମିକ ମୃତ

ମାଲକାନଗିରି : ବେଆଇନ ଭାବେ ପଥର ଖାଦାନରୁ ମୋରମ୍ ମାଟି ଖୋଳିବା ସମୟରେ ଉପରେ ଥିବା ପଥର ଅଚାନକ ଖସି ପଡ଼ିବା ଯୋଗୁଁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ବେଳେ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ସକାଳ ୭ଟା ବେଳେ ମାଲକାନଗିରି ସଦର ମହକୁମାସ୍ଥିତ ତାରିଣୀ ମନ୍ଦିର ନିକଟରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି।
ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୭ଟା ବେଳେ ତାରିଣୀ ମନ୍ଦିର ପଛପଟେ ଥିବା ଏକ ପଥର କୁଆଁରୀ ପାହାଡ଼ରୁ ବେଆଇନ ଭାବେ ମୋରମ୍ ଖୋଳିବା ସମୟରେ ଅଚାନକ ମାଟି ଅତଡ଼ା ତିନିଜଣ ଶ୍ରମିକଙ୍କ ଉପରେ ଖସିପଡ଼ିଥିଲା। ଫଳରେ ସତ୍ୟମ୍‌ଗୁଡ଼ା ଗ୍ରାମର ଟୁନା ଗାଦବା (୨୧ ବର୍ଷ)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚମ୍ପାଖାରି ଗ୍ରାମର ମିଟୁ ମାଢ଼ି (୩୧ ବର୍ଷ)ଙ୍କର ମାଲକାନଗିରି ଜିଲ୍ଲା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଛି।ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର୍ ସମେତ ଅନ୍ୟ ଶ୍ରମିକମାନେ ଚମ୍ପଟ୍ ମାରିଥିଲେ। ଖବର ପାଇ ଜିଲ୍ଲା କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ ଓ ସତ୍ୟମ୍‌ଗୁଡା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲ୍ ପଠାଇବା ସହ ଦୁର୍ଘଟଣା ସମ୍ପର୍କରେ ମାଲକାନଗିରି ଥାନାକୁ ଖବର ଦେଇଥିଲେ। ମୃତ ଦୁଇ ଶ୍ରମିକ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ମୃତ୍ୟୁ ଯୋଗୁଁ ପରିବାର ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ପରିବାରକୁ ଆର୍ôଥକ ସାହାଯ୍ୟ ଦେବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking