ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସ୍କାରେ ସ୍ଲାବ ଖୋଲୁଥିବା ବେଳେ ୨ ଶ୍ରମିକଙ୍କ ଉପରେ ସ୍ଲାବ ପଡି ଶ୍ରମିକଙ୍କର ମୃତ୍ୟୁ ହୋଇଛି । କର୍ପୁର ନୂଆଁ ଗାଁରେ ଏହି ଅଘଟଣ ଘଟିଛି । ଯେଉଁଠି ମୃତ ଶ୍ରମିକ ଦୁଇ ଜଣ ହେଲେ ବୋଟୋନଇ ଗାର ୪୫ ବର୍ଶୀୟ ନିରଞ୍ଜନ ମହାନ୍ତି । ଭଞ୍ଜନଗର ଗୋଠନ୍ଦା ଗାଁର ଖଡାଳ ସେଠୀ । ମୃତକ ଦୁହେଁ ସ୍ଥାନାୟ ଅଞ୍ଚଳର । ଉଭୟଙ୍କୁ ଆସ୍କା ମେଡିକାଲ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନ୍ୟ ଜଣେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଛାତ କାମ ଚାଲିଥିବା ବେଳେ ଘର ସ୍ଲାବ ଖୋଲୁଥିଲେ । ଅକାଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପରିସ୍ଥିତି ଶୋକାକୁଳ ଦେଖାଦେଇଛି ।










