33.1 C
Bhubaneswar
Monday, March 30, 2026
Homeଓଡିଶାସମୁଦ୍ରରେ ଭାସି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ସମୁଦ୍ରରେ ଭାସି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ: ପୁଣି କାଳ ହେଲା ସମୁଦ୍ର ସ୍ନାନ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡିଯାଇ ଦୁଇ ପର୍ଯ୍ୟଟକଙ୍କ ଚାଲିଗନା ଜୀବନ । ପୁରୀ ସମୁଦ୍ର କୂଳରେ ଘଟିଛି ଏଭଳି ଘଟଣା । ମୃତ ଦୁଇ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତଦେହକୁ ପୁରୀ ହସ୍ପିଟାଲକୁ ପଠାଯାିଛି । ତେବେ ସୂଚନା ଅନୁଯାୟୀ, ଆଜି ସକାଳେ ଦୁଇ ଜଣ ପର୍ଯ୍ୟଟକ ସେକ୍ଟର ୧୪ ଲାଇଟ ହାଉସ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିବା ବେଳେ ରିପ କରେଣ୍ଟ ସାଙ୍ଗକୁ ବଡ ଲହଡି ମାଡରେ ସମୁଦ୍ର ଭିତରକୁ ଚାଲିଯାଇଥିଲେ । ସେଠାରେ ଥିବା ଲାଇଫଗାର୍ଡମାନେ ସମୁଦ୍ର ଭିତରକୁ ଯାଇ ଦୁଇ ପର୍ଯ୍ୟଟକଙ୍କୁ ଉଦଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାରକୁ ନେଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking