19.1 C
Bhubaneswar
Wednesday, February 11, 2026
Homeଓଡିଶାଫେବୃଆରୀ ୧୫ରୁ +୨ ଥିଓରୀ ପରୀକ୍ଷା

ଫେବୃଆରୀ ୧୫ରୁ +୨ ଥିଓରୀ ପରୀକ୍ଷା

ଭୁବନେଶ୍ୱର: ଏଥର ଯୁକ୍ତ ଦୁଇ ପରୀକ୍ଷା ଦୁଇ ଭାଗରେ ହେବ। ଇଣ୍ଟରନାଲ ଓ ମେନ ପରୀକ୍ଷା। ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୬ ରୁ ୩୦ ପର୍ଯ୍ୟନ୍ତ ହେବ। ଜାନୁଆରୀ ୨ ରୁ ୧୨ ଭିତରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ତେବେ କଲେଜ କର୍ତ୍ତୃପକ୍ଷ ସେମାନଙ୍କର ସୁବିଧା ଅନୁଯାୟୀ ଧାର୍ଯ୍ୟ ହୋଇଥିବା ତାରିଖ ମଧ୍ୟରେ କରିପାରିବେ। ସେହିପରି ଫେବ୍ରୁଆରୀ ୧୫ ରୁ ମାର୍ଚ୍ଚ ୨୦ ଭିତରେ ଥିଓରୀ ପରୀକ୍ଷା ଆରମ୍ଭ ହେବ। ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ ଦିନ ଭିତରେ ରେଜଲ୍ଟ ବାହାରିବ। ଫର୍ମ ଫିଲପ ଚାଲିଛି। ଯେଉଁମାନେ କରି ନାହାନ୍ତି, ଜରିମାନା ତାରିଖ ମଧ୍ୟରେ କରିବେ। ଏହାବ୍ୟତୀତ ଛାତ୍ୟଛାତ୍ରୀଙ୍କର ୭୫% ଉପସ୍ଥାନ ନ ଥିଲେ ସେମାନଙ୍କୁ ଆଡମିଟ କାର୍ଡ ମିଳିବନି। କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ ଥିବ, ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ବୋଲି +୨ ପରିଷଦର ପକ୍ଷରୁ ପରାମର୍ଶ ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ ୨୦୨୫ ଯୁକ୍ତଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଫର୍ମପୂରଣ ପ୍ରକ୍ରିୟା ଗତ୧୮ରୁ ଆରମ୍ଭ ହୋଇ ଅକ୍ଟୋବର ୧ ତାରିଖରେ ଶେଷ ହୋଇଛି। ଏହି ସମୟ ମଧ୍ୟରେ ଯେଉଁ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରି ନାହାଁନ୍ତି ସେମାନେ ଅକ୍ଟୋବର ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ୨୦୦ ଟଙ୍କା ଜୋରିମାନାରେ ଫର୍ମପୂରଣ କରିପାରିବେ। ସେହିପରି ଏହି ୨ୟ ପର୍ଯ୍ୟାୟ ଫର୍ମପୂରଣରୁ ଯେଉଁ ପିଲାମାନେ ବଞ୍ôଚତ ହେବେ ସେମାନେ ତୃତୀୟ ପର୍ଯ୍ୟାୟରେ ୬୦୦ ଟଙ୍କା ଜୋରିମାନା ଦ୍ୱାରା ନଭେମ୍ବର ୧୧ ରୁ ୧୮ ଯାଏଁ ଫର୍ମପୂରଣ କରିପାରିବେ।
ଫର୍ମପୂରଣ ଶେଷ ହେବା ପରେ ଡିସେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷାର୍ଥୀଙ୍କୁ ଆଡମିଟ କାର୍ଡ ପ୍ରଦାନ କରାଯିବ। ସେହିପରି ୨୦୨୫ରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ନଭେମ୍ବର ୧୫ ସୁଦ୍ଧା ସବୁ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗେଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ନଭେମ୍ବର ୨୦ ସୁଦ୍ଧା ଘୋଷଣା ପତ୍ର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଧାର୍ଯ୍ୟ ଭିତ୍ତିଭୂମି ସହ ସିସିଟିଭି ଲାଗିନଥିବ ତେବେ ପରୀକ୍ଷା କେନ୍ଦ୍ର ମାନ୍ୟତା ବାତିଲ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking