ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀକୁ ସଫଳତା । ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ । ଆଜି ସକାଳେ ଦୋଡା ଜିଲ୍ଲାର ସିନ୍ନୁ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୂଚନା ଅନୁଯାୟୀ, ଏହି ଗୁଳି ବିନିମୟ ମଧ୍ୟରେ ୩ ଜଣ ଆତଙ୍କୀ ଫସି ରହିଛନ୍ତି । କିନ୍ତୁ ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଏବେ ସୁଦ୍ଧା ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି ।
ଅଧିକାରୀଙ୍କ ସୂଚନା ଅନୁସାରେ, ଜୁନ ୧୧ ଏବଂ ୧୨ ତାରିଖ ଦିନ ପାହାଡି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ପରେ ପୋଲିସ, ସେନା, ସିଆରପିଏଫ ପକ୍ଷରୁ ଜୋରଦାର ସର୍ଚ୍ଚ ଏବଂ କର୍ଡନ ଅପରସେନ ଚାଲିଥିଲା । ଏହି ସମୟରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଦୁଇଟି ଆକ୍ରମଣ ପରେ ସୁରକ୍ଷାବାହିନୀ ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ନିରୋଧି ଅପରେସନ ଜୋରଦାର କରିବା ସହ ଦୋଡାରେ ଅନୁପ୍ରବେଶ କରିଥିବା ୪ ପାକିସ୍ତାନୀ ଆତଙ୍କବାଦୀଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ ।