14.1 C
Bhubaneswar
Saturday, December 6, 2025
Homeଓଡିଶାକାର୍ ଧକ୍କାରେ ୨ ଛାତ୍ରୀଙ୍କ ମୃତ୍ୟୁ

କାର୍ ଧକ୍କାରେ ୨ ଛାତ୍ରୀଙ୍କ ମୃତ୍ୟୁ

ଆନନ୍ଦପୁର: ଭୟଙ୍କର ସଡକ ଦୁର୍ଘଟଣା । କାର୍ ଧକ୍କାରେ ୨ ଜଣ ଛାତ୍ରୀ ମୃତ। ମୃତକ ୨ ଜଣ କନକମଞ୍ଜରୀ ମହିଳଆ ମହାବିଦ୍ୟାଳୟର ଛାତ୍ରୀ ବୋଲି ଚିହ୍ନଟ କରାଯାଇଛି । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଏନ୍‌ଏଚ୍ ୨୦ ବାରିଗାଁରେରେ ଘଟିଛି । ଦ୍ରୁତଗାମୀ କାର୍ ଧକ୍କାରେ ୨ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ସାଇକେଲ୍‌ରେ ବେଲବାହାଳିରୁ ଘରକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରି ଉତ୍ତେଜନା ସୃଷ୍ଟି କରିଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାବୁଝି କରୁଛି । ଘଟଣାସ୍ଥଳରେ ମୃତଦେହକୁ ହେପାଜତକୁ ନେଇ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି । ୨ ଛାତ୍ରୀଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଖୋଜାଖୋଜି କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking