15.1 C
Bhubaneswar
Tuesday, January 13, 2026
Homeଓଡିଶାବସ୍ ଧକ୍କାରେ ୨ ଛାତ୍ର ମୃତ

ବସ୍ ଧକ୍କାରେ ୨ ଛାତ୍ର ମୃତ

ରାୟଗଡ଼ା : ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ବାଙ୍କୀଲି ପଞ୍ଚାୟତ ଅଧୀନରେ ଥିବା ପାଲୁପାଇ ସ୍ଥିତ ୩୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ଘରୋଇ ବସ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଛାତ୍ର ହେଲେ ଗୁଡାରି ସୌରାସାହିର ଦେବେନ୍ଦ୍ର ଶବର (୨୧) ଓ ଗୁଡାରି ଢେପାଗୁଡା ନିକଟସ୍ଥ ବଡଗୁଡାର ବିଷ୍ଣୁ ଶବର ବୋଲି ଜଣାପଡ଼ିଛି। ଯୁକ୍ତ ଦୁଇରେ ପଢ଼ୁଥିବା ଉଭୟ ଛାତ୍ର ଗୁରୁବାର ସକାଳେ ଗୁଡାରୀରୁ ବାଡ଼ିସୋଲା ସ୍କୁଲକୁ ପାଠ ପଢିବା ପାଇଁ ବାଇକରେ ଯାଉଥିଲେ। ତେବେ ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ଲାଞ୍ଜିଗଡ଼ରୁ ବ୍ରହ୍ମପୁରକୁ ଯାଉଥିବା ‘କାମଧେନୁ’ ଏକ ଘରୋଇ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ଦାବି କରି ଉତ୍ତ୍ୟେକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ଏସଡିପିଓ ବାବୁଲି ନାୟକ, ମାଜିଷ୍ଟ୍ରେଟ ଭାବେ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଥାନା ଅଧିକାରୀ ସୁନିତା ବେହେରା, ସେକେଣ୍ଡ ଅଫିସର ବାବୁଲା ପ୍ରଧାନଙ୍କ ସମେତ ପୁଲିସ କର୍ମଚାରୀ ଉପସ୍ଥିତ ରହି ଆଇନ ଶୃଙ୍ଖଳା ରକ୍ଷା ଜାରି ରଖିଛନ୍ତି। ଖବର ଲେଖାଯିବା ବେଳକୁ ସମାଧାନ ହୋଇ ନଥିବା ଜଣାପଡିଛି। ରାମନାଗୁଡ଼ା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking