ଭୁବନେଶ୍ୱର: ଭୁବନେଶ୍ୱରରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ଖବର । ଦୟାନଦୀରେ ବୁଡିଗଲେ ୨ ଛାତ୍ର । ଏହି ଅଘଟଣରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଗାଧୋଉଥିବା ବେଳେ ବୁଡିଗଲେ ୨ ଛାତ୍ର । ଅନ୍ୟ ଜଣେ ଛାତ୍ର ନିଖୋଜ ଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୨ ଜଣ ଛାତ୍ରଙ୍କ ପରିଚୟ ମିଳିନଥିବା ବେଳେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ସୂଚନା ମିଳିଛି ।










