32.1 C
Bhubaneswar
Saturday, March 28, 2026
Homeଓଡିଶାଅପମାନ ସହିନପାରି ବିଷ ପିଇ ଆତ୍ମହତ୍ୟା କଲେ +୨ ଛାତ୍ର

ଅପମାନ ସହିନପାରି ବିଷ ପିଇ ଆତ୍ମହତ୍ୟା କଲେ +୨ ଛାତ୍ର

ଯାଜପୁର : ଚୋର ବୋଲି କହି କଲେଜରେ ଆଣ୍ଠେଇଦେଲେ। ଅପମାନ ସହି ନପାରି ଆତ୍ମହତ୍ୟା କଲେ ଛାତ୍ର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର କୁଆଖିଆ ଥାନା ଓଡିଶୋ ପଞ୍ଚାୟତ ଅଣ୍ଡେଇଗୋଡ଼ା ଗାଁରେ । କଲେଜରେ ପାଠ ପଢୁଥିବା ଜଣେ ଯୁକ୍ତ ଦୁଇ ଛାତ୍ର କଲେଜ କର୍ତ୍ତୃପକ୍ଷଙ୍କ ଅପମାନ ଓ ନିର୍ୟାତନା ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ର ଜଣଙ୍କ ହେଲେ ଅଣ୍ଢେଇଗୋଡ଼ା ଗାଁର ଆଶିଷ ପଣ୍ଡା। ସେ ଜାରକା ସ୍ଥିତ ରେନାସାଁ ନାମକ ଘରୋଇ କଲେଜରେ ଯୁକ୍ତ ଦୁଇ ପାଠ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ। ସେ ହଷ୍ଟେଲରେ ରହି ପଢୁଥିଲେ।

ତେବେ କଲେଜ କର୍ତ୍ତୃପକ୍ଷ ତାଙ୍କ ନାମରେ ଚୋରୀ ଅଭିଯୋଗ ଆଣିବାରୁ ପରିବାର ଲୋକ ତାଙ୍କୁ ଘରକୁ ନେଇ ଯାଇଥିଲେ। ତେବେ ସୋମବାର ରାତିରେ ଖାଇକି ସମସ୍ତେ ଶୋଇବା ପରେ ଆଶିଷ ବିଷ ପିଇଦେଇଥିଲେ। ପରିବାର ଲୋକ ଏନେଇ ଜାଣିବା ପରେ ତାଙ୍କୁ ତୁରନ୍ତ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇ ଦେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଶିଷଙ୍କ ମୃତ୍ୟୁ ହୋଇଥିଲା। ସେପଟେ କଲେଜ କର୍ତ୍ତୃପକ୍ଷ ତାଗିଦ କରିବା ପାଇଁ ଆଶିଷଙ୍କୁ ଆଣ୍ଠେଇ ଦେବା କଥା ସ୍ୱୀକାର କରିଛନ୍ତି। ପରିବାର ଲୋକ ଏନେଇ କଲେଜ ବିରୋଧରେ ଏତଲା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking