25.1 C
Bhubaneswar
Tuesday, February 3, 2026
Homeଓଡିଶାଟ୍ରାକ୍ଟର ଧକ୍କାରେ +୨ ଛାତ୍ରୀଙ୍କ ମୃତ୍ୟୁ

ଟ୍ରାକ୍ଟର ଧକ୍କାରେ +୨ ଛାତ୍ରୀଙ୍କ ମୃତ୍ୟୁ

ଭଦ୍ରକ: ଟ୍ରାକ୍ଟର ଧକ୍କାରେ +୨ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ସୀମା ଅନ୍ତର୍ଗତ ବୟନବାନାପୁ ପଞ୍ଚାୟତ ଅନ୍ତର୍ଗତ ହଳଦିଗଡ଼ିଆ ଛକରେ ଘଟିଛି ଏଭଳି ଘଟଣା ।ମୃତ ଛାତ୍ରୀ ଜଣକ ତାଳପଡ଼ା ଅଞ୍ଚଳର ଶ୍ରଦ୍ଧାଞ୍ଜଳି ପଣ୍ଡା ବୋଲି ଚିହ୍ନଟ ହୋଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଛାତ୍ରୀ ଜଣକ ଭଣ୍ଡାରିପୋଖରୀରେ ତାଙ୍କ କଲେଜକୁ ଯାଉଥିବା ସମୟରେ ଏକ ସାଂଘାତିକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବେଆଇନ ଭାବରେ ବାଲି ପରିବହନ କରୁଥିବା ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଫଳସ୍ୱରୂପ ତାଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା।ଦୁର୍ଘଟଣା ପରେ, ପୋଲିସ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ପରିସ୍ଥିତି ତଦନ୍ତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ଦାବି କରି ଛାତ୍ରମାନେ କଲେଜ ସମ୍ମୁଖରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking