21.1 C
Bhubaneswar
Saturday, December 27, 2025
Homeଓଡିଶାବାଇକ୍‌ରେ ଦୁର୍ଘଟଣାରେ ୨ ଗୁରୁତର

ବାଇକ୍‌ରେ ଦୁର୍ଘଟଣାରେ ୨ ଗୁରୁତର

ଦାରିଙ୍ଗବାଡ଼ି: ବାଇକ୍‌ରେ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟିଛିଏହି ଦୁର୍ଘଟଣାରେ ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ୨ ଯୁବକ ଉକ୍ତ ଥାନା ଅଞ୍ଚଳର ଏନ୍‌ସ ପ୍ରଧାନ ଏବଂ ନରେନ୍ଦ୍ର ଦିଗାଲ ବୋଲି ଚିହ୍ନଟ କରାଯାଇଛି। ସେମାନଙ୍କୁ ଅଗ୍ନିଶମ ବିଭାଗ କର୍ମଚାରି ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅନ୍ୟତ୍ର ଚିକିତ୍ସା ପାଇଁ ଯିବାକୁ ପରାମର୍ଶ ଦେଇଥିଲେ। ସୂଚନା ଅନୁସାରେ, ୩ ଜଣ ସିଆଙ୍ଗବାଲି ପଞ୍ଚାୟତ ପଞ୍ଚୁପଲି ଅଞ୍ଚଳରୁ କୌଣସି କାର୍ଯ୍ୟ ସାରି ରାତିରେ ଗୋଟିଏ ବାଇକ୍‌ରେ ଦାରିଙ୍ଗବାଡ଼ି ଅଭିମୁଖେ ଫେରୁଥିଲେ। ଡବେରୀ ସେବାଶ୍ରମ ନିକଟରେ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking