28.1 C
Bhubaneswar
Tuesday, February 3, 2026
Homeଓଡିଶାବେକରେ ମାଞ୍ଜା ସୁତା ଲାଗି ୨ ଗୁରୁତର

ବେକରେ ମାଞ୍ଜା ସୁତା ଲାଗି ୨ ଗୁରୁତର

କଟକ: କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ ମାଞ୍ଜା ଗୁଡ଼ି ସୂତା ଆସି ଗୁଡ଼ାଇ ହୋଇଯାଇଥିଲା। ଏଥିରେ ବାଇକ ଚାଳକ ତଥା ପୁତୁରା ଦେବୀ କଲ୍ୟାଣ ଆଚାର୍ଯ୍ୟ ଗୁରୁତର ଭାବେ ଆହତ ହୋଇଥିବା ବେଳେ ପିଉସୀ ଆଶଲତା ଆଚାର୍ଯ୍ୟ ସାମାନ୍ୟ ଆହତ ହୋଇଥିଲେ। ପ୍ରଥମେ ଉଭୟଙ୍କୁ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପିଉସୀଙ୍କୁୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ପୁତୁରାଙ୍କ ରକ୍ତସ୍ରାବ ନ କମିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ସ୍ଥାନୀୟ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୪୨ ମୌଜା ଅଞ୍ଚଳରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking