23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶମେଡିସିନରେ ୨ ବୈଜ୍ଞାନିକଙ୍କୁ ‘ନୋବେଲ’

ମେଡିସିନରେ ୨ ବୈଜ୍ଞାନିକଙ୍କୁ ‘ନୋବେଲ’

ନୂଆଦିଲ୍ଲୀ : ଆଜି ଚିକିତ୍ସା କ୍ଷେତ୍ର ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ଏଥର ଦୁଇ ଜଣ ମିଳିତ ଭାବେ ନୋବେଲ ପାଇବେ। ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନଙ୍କୁ ନୋବେଲ ଦିଆଯିବ। ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନେ ଏହି ପୁରସ୍କାର ପାଇବେ। ଭିକ୍ଟୋର ଏବଂ ଗେରୀଙ୍କୁ ମାଇକ୍ରୋ ଆରଏନଏର ସନ୍ଧାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ। ପ୍ରତିବର୍ଷ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ଏହି ପୁରସ୍କାର ଘୋଷଣା କରାଯାଏ। ସ୍ୱିଡେନର ଉଦ୍ଭାବକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା। ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking