ଭୁବନେଶ୍ୱର: ଅବସରପ୍ରାପ୍ତ ୨ ସରକାରୀ କର୍ମଚାରୀଙ୍କୁ ଜେଲ ଦଣ୍ଡାଦେଶ ଦିଆଯାଇଛି । ଜଣେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅନ୍ୟ ଜଣେ ଲାଞ୍ଚ ମାମଲାରେ ଦୋଷୀ ଅଛନ୍ତି । ସୁନ୍ଦରଗଡ ଲେଫ୍ରିପଡାର ପୂର୍ୱତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୨ ବର୍ଷ ସଜ୍ଜା ମିଳିଛି । ସୁବାସ ଚନ୍ଦ୍ର ମିଶ୍ରଙ୍କୁ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବଲାଙ୍ଗିର ଡିଏଫଓ ଅଫିସର ପୂର୍ୱତନ କିରାଣୀ କାଳନ୍ଦୀ ଭୂୟାଁଙ୍କୁ ୩ ବର୍ଷ ସଜା ମିଳିଛି । କାଳନ୍ଦୀ ଭୁୟାଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଦୋଷ ସାବ୍ୟସ୍ତ କରାଯାଇଛି । ଉଭୟଙ୍କ ପେନସନ ବନ୍ଦ ପାଇଁ ଆବେଦନ କରିବାକୁ ଭିଜିଲାନ୍ସ ନିଷ୍ପତ୍ତି ନେଇଛନ୍ତି ।








