ଭୁବନେଶ୍ୱର: ମେ ୩ୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ +୨ ରେଜଲ୍ଟ । ଏନେଇ ସୂଚନା ଦେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ ପରୀକ୍ଷା ନିୟନ୍ତ୍ରକ । ଆସନ୍ତା ୬ରେ +୨ ରେଜଲ୍ଟ ବାହାରିବା ନେଇ ପ୍ରଚାର ଖବର ଗୁଜବ ଥିଲା । ଗତକାଲି ମାଟ୍ରିକ ଫଳାଫଳ ଗଣଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି । ୧୮୧୨ ଜଣ ଏ୧ ଗ୍ରେଡ, ଏ୨ ୧୨ ହଜାର ୨୦୦, ବି୧ ୩୮ ହଜାର ୮୩୧ ଜଣ ରଖିଛନ୍ତି । ୨ ଲକ୍ଷ ୪୦ ହଜାର ୨୫୧ ପୁଅ ପାସ କରିଛନ୍ତି । ୨ ଲକ୍ଷ ୪୪ ହଜାର ୬୧୨ ଝିଅ ପାସ କରିଛନ୍ତି ।