24.1 C
Bhubaneswar
Friday, February 13, 2026
Homeଓଡିଶାକଡା ସୁରକ୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଗଲା +୨ ପ୍ରଶ୍ନପତ୍ର

କଡା ସୁରକ୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଗଲା +୨ ପ୍ରଶ୍ନପତ୍ର

ଭୁବନେଶ୍ବର: ଫେବ୍ରୁଆରି ୧୮ରୁ ଯୁକ୍ତ୨ ଥିଓରି ପରୀକ୍ଷା। ତେଣୁ ଶୁକ୍ରବାର ଠାରୁ ଫେବ୍ରୁଆରି ୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୪ରୁ ୬ ଯାଏଁ ଦ୍ବିତୀୟ ପର୍ଯ୍ୟାୟରେ ‘ପରୀକ୍ଷା ପରିଚାଳନା ହବ୍‌’(ଇଏମ୍‌ଏଚ୍‌)ଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରି କାଗଜପତ୍ର ପଠାଯିବ। ହବ୍‌ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ସମସ୍ତ ହବ୍‌ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ଦୂରଦୂରାନ୍ତ ଜିଲ୍ଲାଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ। ତେଣୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍‌ ପରିବହନ ସମୟରେ ଜଣେ ବନ୍ଧୁକଧାରୀ ପୁଲିସ ଗାଡ଼ିରେ ରହିବେ। ଏଥର  ଯୁକ୍ତ୨ରେ ୧୩୫୭ଟି ପରୀକ୍ଷାକେନ୍ଦ୍ରରେ ୪ଲକ୍ଷ ୧ହଜାର ୬୩୨ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଚଳିତବର୍ଷ ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଓ ସବ୍‌-ଟ୍ରେଜେରିକୁ ୨୧୧ଟି ହବ୍‌ ଭାବେ ଚିହ୍ନଟ କରାଯାଇଛି। କଲେଜ ଅଧ୍ୟକ୍ଷମାନେ ମୁଖ୍ୟତଃ ହବ୍‌ ସୁପରଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking