25.1 C
Bhubaneswar
Saturday, March 21, 2026
Homeଓଡିଶାଛୁଟିରେ ଯାଇ ଫେରି ନାହାନ୍ତି ୨ କଏଦୀ

ଛୁଟିରେ ଯାଇ ଫେରି ନାହାନ୍ତି ୨ କଏଦୀ

ଭୁବନେଶ୍ୱର: ଝାରପଡା ଜେଲରୁ କଏଦୀ ଫେରାର । ଛୁଟିରେ ଯାଇ ଆଉ ଜେଲକୁ ଫେରି ନାହାନ୍ତି । ଦୁଇ ଦୁଇ ଜଣ କଏଦୀ ସମସ୍ତଙ୍କ ଚକମା ଦେଇ ଫେରାର ହୋଇଯାଇଛନ୍ତି । ଏହା ଜାଣିବା ପରେ ଝାରପପଡା ଜେଲ ଅଧୀକ୍ଷକ ସର୍ବେଶ୍ୱର ସାହୁ ଲକ୍ଷ୍‌ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଫେରାର ଦୁଇ କଏଦୀ ହେଲେ ହତ୍ୟା ଆସାମୀ ସୁଶୀଲ ଦିଗାଲ ଓ ନାବାଳିକା ଦୁଷ୍କର୍ମକାରୀ ରଞ୍ଜିତ ନାୟକ ।ସୂଚନା ଅନୁସାରେ ଝାରପଡା ଜେଲରେ ସଜ୍ଜା କାଟୁଥିବା ସୁଶୀଲ ଦିଗଲ ପୂର୍ବରୁ ବହୁ ବାର ଛୁଟିରେ ଯାଇ ଜେଲକୁ ଫେରିଥିଲେ। କିନ୍ତୁ ୨୦୨୪ ମସିହାରେ ଫଲୋ ଛୁଟିରେ ଘରକୁ ଯାଇ ଆଉ ଫେରିନଥିଲେ। ଦୁଷ୍କର୍ମକାରୀ ଢେଙ୍କାନାଳର ରଞ୍ଜିତ ନାୟକ ଅକ୍ଟୋବର ମାସରୁ ଫେରାର ଅଛି। ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲା ସୁଶୀଲ। ଦୁଷ୍କର୍ମ ମାମଲାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ଥିଲା ରଞ୍ଜିତ। ରାଜ୍ୟର ବିଭିନ୍ନ ଜେଲରୁ ୫୦ରୁ ଅଧିକ କଏଦୀ ଛୁଟିରେ ଯାଇ ଫେରି ନାହାନ୍ତି। ଯାହାକୁ ନେଇ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ଅନ୍ୟପଟେ ଏହି ଘଟଣାରକୁ ନେଇ ଲକ୍ଷ୍‌ମୀ ସାଗର ଥାନାରେ ଅଭିଯୋଗ ହୋଇଛି। ବଡ କଥା ହେଉଛି ୨୦୨୪ ମସିହାରୁ ଜେଲକୁ ଫେରି ନାହିଁ ହତ୍ୟା ଆସାମୀ । ଦୁଇ ବର୍ଷ ପରେ ଏହା ଜଣା ପଡିବା ପରେ ଥାନାରେ ମାମଲା ରୁଜୁ ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking