କଟକ: ଚୌଦାର ସର୍କଲ ଜେଲରୁ ଦୁଇ ବିହାରୀ ଡକାୟତ ଖସି ପଳାଇଛନ୍ତି । କାଲି ରାତି ଗୋଟାଏ ପରେ ସେ ଦୁହେଁ ଜେଲର ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଚି । ଫେରାର ଅଭିଯୁକ୍ତ ହେଉଛନ୍ତି, ମଧୁକାନ୍ତ ଓ ରାଜା ସାହାଣୀ । ଦୁଇ ଡକାୟତ ପାଣିକୋଇଲି ପଣ୍ଡା ସୁନା ଗହଣା ଦୋକାନର ମାଲିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ । ଦୁହେଁ, ଯାଜପୁର ଜେଲରୁ ଆସିଥିଲେ । ଉଭୟେ ଜେଲରୁ ଫେରାର ହେବାକୁ ବହୁ ବାର ଚେଷ୍ଟା କରିଥିଲେ । ଗତକାଲି ରାତିରେ ଆରିରେ ଜେଲର ସେଲ କାଟି ଖସି ପଳାଇଯାଇଥିବା କୁହାଯାଉଛି ।









