ନୂଆଦିଲ୍ଲୀ: ଆମେରିକାର କଲୋରାଡୋର ଫୋର୍ଟ ମୋର୍ଗାନ ମ୍ୟୁନିସିପାଲ ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁଇଟି ବିମାନ ମଝି ଆକାଶରେ ଧକ୍କା ହୋଇଥିଲା । ବିମାନରେ ମୋଟ ୪ ଜଣ ଥିଲେ । ବିମାନ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣଙ୍କର ଅବସ୍ଥା ଗୁରୁତର ରହିଛି । ରବିବାର ଦିନ ଏଭଳି ଘଟଣା ହୋଇଥିବା ନେଇ ଫେଡେରାଲ ଅଧିକାରୀ ଏବଂ ବିମାନ ବନ୍ଦର ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏଫଏଏ ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଦୁର୍ଘଟଣାର କାରଣ ତଦନ୍ତ କରୁଛନ୍ତି ।










