22.1 C
Bhubaneswar
Monday, March 23, 2026
Homeଓଡିଶାକାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ

କାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ

ନବରଙ୍ଗପୁର/ ଅନୁଗୋଳ: ଲଗାଣ ବର୍ଷା ଯୋଗୁ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଘରର କାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ଗୋଟିଏ ଘଟଣା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଘଟିଥିବା ବେଳେ ଅନ୍ୟଟି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକରେ ଘଟିଛି।

ଚନ୍ଦାହାଣ୍ଡି ବ୍ଲକ୍ ଭାଟିପଡ଼ା ଗାଁରେ ମାଟି ଘରର କାନ୍ଥ ଭୁଶୁଡ଼ି ଜଣେ ୪ ବର୍ଷର ଶିଶୁ ପୁତ୍ର ପ୍ରାଣ ହରାଇଛନ୍ତି। ମୃତ ଶିଶୁ ପୁତ୍ରଙ୍କ ନାଁ ଘାସିରାମ ବାଘ। ସେ ତାଙ୍କ ଜେଜେ ବାପାଙ୍କ ପାଖକୁ ଯାଉଥିବା ବେଳେ ହଠାତ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥଟି ଭୁଶୁଡ଼ି ଘାସିରାମଙ୍କ ଉପରେ ପଡ଼ିଥିଲା। ତାଙ୍କୁ ପ୍ରଥମେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଘାସିରାମଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking