26.1 C
Bhubaneswar
Wednesday, March 25, 2026
Homeଓଡିଶାକେନ୍ଦ୍ରୀୟ ଡେପୁଟେସନରେ ଯିବେ ୨ ଓଡ଼ିଶା କ୍ୟାଡର ଆଇଏଏସ୍

କେନ୍ଦ୍ରୀୟ ଡେପୁଟେସନରେ ଯିବେ ୨ ଓଡ଼ିଶା କ୍ୟାଡର ଆଇଏଏସ୍

ଭୁବନେଶ୍ୱର : ଓଡ଼ିଶା କ୍ୟାଡରର ଆଉ ଦୁଇଜଣ ଆଇଏଏସ ଅଫିସରଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିିଳିଛି। ୨୦୧୧ ବ୍ୟାଚ୍ ଆଇଏଏସ୍ ସମର୍ଥ ବର୍ମା ଓ ତାଙ୍କ ଆଇଏଏସ୍ ପତ୍ନୀ ୨୦୧୪ ବ୍ୟାଚର ସ୍ୱାଧା ଦେବ ସିଂ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ଉଭୟଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି ଓ ସେମାନଙ୍କୁ ୩ ସପ୍ତାହ ସୁଦ୍ଧା ରିଲିଭ୍ କରିବା ନିମନ୍ତେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅବଗତ କରାଇଛି। ସମର୍ଥ ଓ ତାଙ୍କ ପତ୍ନୀ ସ୍ୱାଧାଙ୍କୁ ମାତ୍ର ୩ଦିନ ବ୍ୟବଧାନରେ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ୨୦୧୧ ବ୍ୟାଚ୍ ଆଇଏଏସ୍ ସମର୍ଥ ବର୍ମା ଏବେ ଓଡ଼ିଶା ସରକାରରେ ମାଇନର ମିନେରାଲ୍ସ ନିର୍ଦ୍ଦେଶକ ଓ ଅତିରିକ୍ତ ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି। ସମର୍ଥଙ୍କୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

ସେ ଦାୟିତ୍ୱ ନେବା ଦିନଠୁ ୫ବର୍ଷ ପର୍ଯ୍ୟନ୍ତ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ। ତାଙ୍କୁ ନିଜର ନୂଆ ଦାୟିତ୍ୱ ତୁଲାଇବା ନିମନ୍ତେ ତୁରନ୍ତ ରିଲିଭ୍ କରିବାକୁ ମୁଖ୍ୟ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ଚିଠି ଲେଖି ଅବଗତ କରାଯାଇଛି । ସେହିପରି ୨୦୧୪ ବ୍ୟାଚ୍ ଆଇଏଏସ୍ ସ୍ୱାଧାଦେବ ସିଂ ଏବେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ଓ ରାଜ୍ୟ ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଗତ ୨୬ତାରିଖରେ ନୂଆଦିଲ୍ଲୀସ୍ଥିତ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟରେ ଜନଗଣନା ନିର୍ଦ୍ଦେଶକ/ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେ ଏହି ପଦବୀରେ ୨୦୨୫ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଏହାପରେ କେନ୍ଦ୍ରୀୟ ଷ୍ଟାଫି ସ୍କିମ୍ ଅଧୀନରେ ଅନୁମୋଦିତ ତାଙ୍କର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇ ପାରିବ ବୋଲି ଉଲ୍ଲେଖ ରହିଛି। ତାଙ୍କୁ ତୁରନ୍ତ ରିଲିଭ୍ କରିବା ନିମନ୍ତେ ମୁଖ୍ୟ ସଚିବଙ୍କୁ ମଧ୍ୟ ଚିଠି ଲେଖି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ବିଭାଗ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking