ଭୁବନେଶ୍ୱର: ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ୨ କୁଖ୍ୟାତ ଅପରାଧୀ କାବୁ ହୋଇଛନ୍ତି । ଏମାନଙ୍କୁ ଧରିଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ । ୧୦ରୁ ଅଧିକ ସେମି ଅଟମେଟିକ ପିସ୍ତଲ ସହ ଗୋଟିଏ କାର୍ବାଇନ ଜବତ ହୋଇଛି । ୨ ବନ୍ଧୁକ ମାଫିଆଙ୍କ ଘର ଅନୁଗୁଳ ଅଂଚଳରେ ବୋଲି ସୂଚନା ମିଳିଛି । ଦିନ ନାହିଁ କି ରାତି , ସବୁବେଳେ ରାଜ୍ୟରେ ଘୁରି ବୁଲୁଛନ୍ତି ବାଲି ମାଫିଆ । ରାଜ୍ୟରେ କଣ ସତରେ ଆଇନ ଶୃଙ୍ଖଳା ଭୁଷୁଡି ଯାଇଛି ବୋଲି ସାଧାରଣ ଲୋକଙ୍କ ମନରେ ଏହି ପ୍ରଶ୍ନ ଏବେ ଉଙ୍କିମାରୁଛି ।










