ଭୁବନେଶ୍ୱର: ଖୁବଶୀଘ୍ର ଦେବ୍ରିଗଡକୁ ଆସିବେ ୨ଟି ନୂଆ ବାଘ । ଏନେଇ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ । ନ୍ୟାସନାଲ ଟାଇଗର କନଜରଭେସନ ସହଆମେ ଯୋଗାଯୋଗରେ ଅଛୁ । ସ୍ଥାନୀୟ ଲୋକଙ୍କ ସହେଯାଗ ଦରକାର , ସେମାନଙ୍କ ସହ ଆଲୋଚନା କରୁଛୁ । ଶିମିଳିପାଳରୁ ଯମୁନା ଏବଂ ଜିତନକୁ ଅଣାଯାଇଥିଲା । ମାତ୍ର ଏଯାଏଁ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ । ବଂଶବୃଦ୍ଧି ନେଇ ଭାଗ୍ୟ ସାଥ ଦେଇନି, ମାତ୍ର ପ୍ରୟାସ ଜାରି ରହିଛି । ଜିପିଏସ ଟ୍ରାକିଂ କରାଯାଉଛି, କ୍ୟାମେରାରେ ମନିଟରିଂ ଜାରି ରହିଛି ।









