35.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଆଖି ବୁଜିଲେ ଆଉ  ୨ ଶାବକ

ଆଖି ବୁଜିଲେ ଆଉ  ୨ ଶାବକ

ନୂଆଦିଲ୍ଲୀ : ଆଫ୍ରିକା ନାମ୍ବିଆ କୁନୋ ନ୍ୟାସନାଲ ପାର୍କରେ ଚିତା ବାଘ ଅଭୟାରଣ୍ୟରେ  ଗତ ସୋମବାର ଦିନ  ନିରଭା ଦୁଇ ଶାବକଙ୍କୁ ଜନ୍ମ ଦେଇଥିଲା ।  ଏନକ୍ଲୋଜର ମଧ୍ୟରେ  ଦୁଇ ଶାବକ ମରି ପଡିଥିବାର ଦେଖିବାକୁ ମିଳିଛି ।  ନିରଭାର ଆଉ କିଛି ଶାବକ ଅଛନ୍ତି ନା ନାହିଁ  ଏନେଇ  ମଧ୍ୟ ଅଭୟାରଣ୍ୟ କର୍ତ୍ତୁପକ୍ଷଙ୍କ  ପାଖରେ କୌଣସି ସୂଚନା ନାହିଁ । ପୂର୍ବରୁ ଚିତା ବାଘ ନିରଭା ୪ ଶାବକଙ୍କୁ ଜନ୍ମ ଦେବା କୁହାଯାଉଥିବା ବେଳେ ଆଉ ଶାବକଙ୍କ ପତ୍ତା ମିଳୁନାହିଁ  । ଏଣୁ ନିରଭା ମାତ୍ର ୨ ଶାବକଙ୍କୁ ଜନ୍ମ ଦେଇଥିବା ସ୍ପଷ୍ଟ ହେଉଛି। ୨ ଶାବକଙ୍କ ମୃତ୍ୟୁ ପରେ ଚିତାବାଘଙ୍କ ବଂଶ ବିସ୍ତାର ନେଇ ଭାରତରେ ପୁଣି ଆରମ୍ଭ ହୋଇଥିବା ପ୍ରକଳ୍ପକୁ ଝଟକା ଲାଗିଛି। ୨୦୨୨ରେ ପ୍ରକଳ୍ପ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୧୧ ଚିତା ଶାବକଙ୍କ ମୃତ୍ୟୁ ଘଟିଲାଣି। ବର୍ତ୍ତମାନ କୁନୋ ନାସନାଲ ପାର୍କରେ ମୋଟ ୨୪ଟି ଚିତାବାଘ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୨ଟି ଶାବକ ରହିଛନ୍ତି। ଚିତା ଗାମିନୀର ମୋଟ ୫ ଶାବକ ସୁସ୍ଥ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking