16.1 C
Bhubaneswar
Saturday, December 6, 2025
Homeଓଡିଶାହଇଜାରେ ଆଉ ୨ ଜଣଙ୍କ ମୃତ୍ୟୁ

ହଇଜାରେ ଆଉ ୨ ଜଣଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲାରେ ଝାଡ଼ାବାନ୍ତି ସ୍ଥିତି ଗୁରୁତର ରହିଛି। ପ୍ରତିଦିନ ଯେତିକି ସୁସ୍ଥ ହେଉଛନ୍ତି ତାଠାରୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ଶନିବାର ଦାନଗଦି ବ୍ଲକ ତରାଇଲୋ ଗ୍ରାମର ଗେହ୍ଲେଇ ପାତ୍ର (୭୨) ଓ ଯାଜପୁର ଟାଉନର ମଦନମୋହନ ସେନାପତି (୬୨)ଙ୍କ ମୃତ୍ୟୁ ପରେ ସଂଖ୍ୟା ୧୪ ଛୁଇଁଛି। ଗତ ୨୪ ଘଣ୍ଟା ଭିତରେ ଦାନଗଦି ବ୍ଲକରେ ଆଉ ୪୬ ଜଣ ଆକ୍ରାନ୍ତ ହୋଇ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ତରାଇଲୋ ଗ୍ରାମର ଗେହ୍ଲେଇ ପାତ୍ର (୭୨)ଙ୍କ ମୃତ୍ୟୁ ଘଟିଛି। ରାଣୀପଡ଼ା ପଞ୍ଚାୟତ କଙ୍କଡ଼ାଝର ଗାଁର ମିନତି ପେରେଇ (୨୭)ଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ସନ୍ଧ୍ୟାରେ ଚିକିତ୍ସାଧୀନଙ୍କ ମଧ୍ୟରୁ ସୁସ୍ଥ ହେବା ପରେ ୧୩ ଜଣଙ୍କୁ ଛାଡ଼ି ଦିଆଯାଇଛି। ତରାଇଲୋ ଗାଁରେ ପ୍ରଶାସନ ପକ୍ଷରୁ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଚାଲୁ ରହିଛି। ଜିଲାରେ ୨୨୬ ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ବେଳେ ମୁଖ୍ୟ ଚିକିତ୍ସାଳୟରେ ୮୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

ଜନସ୍ୱାସ୍ଥ୍ୟ ବିଭାଗ ପ୍ରଥମ ପର୍ଯ୍ୟାୟରେ ୪୧ଜଣଙ୍କର ଝାଡ଼ା ନମୁନା ପରୀକ୍ଷା ପରେ ୮ ଜଣ ହଇଜାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲା। ଆଜି ଆଉ ୩ଜଣ ହଇଜା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନେ ବର୍ତ୍ତମାନ ବଡ଼ଚଣା, ବ୍ୟାସନଗର, ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଅତିରିକ୍ତ ଚିକିତ୍ସାଧିକାରୀ ଡା. ଅନୁପ କୁମାର ନାଥଶର୍ମା ସୂଚନା ଦେଇଛନ୍ତି। ୨୦୦ ରୋଗୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିବାବେଳେ ରିପୋର୍ଟ ଆସିଲେ ହଇଜା ରୋଗୀଙ୍କ ସଂଖ୍ୟା କେତେ ହେବ ତାହା ସ୍ପଷ୍ଟ ହୋଇଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking