ବାରିପଦା: ଦୁର୍ଘଟଣାରେ ୨ ନାବାଳକ ମୃତ । ବାଇକରେ ସୀତାକୁଣ୍ଡ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ବାଇକ । ଲୁଲୁଙ୍ଗ ରଙ୍ଗାମାଟିଆ ରାସ୍ତାରେ ଦୁର୍ଘଟଣା ଘଟିଛି । ମୃତ ନାବାଳକଙ୍କ ବୟସ ୧୭ ଓ ୧୩ ବର୍ଷ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତକଙ୍କ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।









