ସୁନ୍ଦରଗଡ: ସୁନ୍ଦରଗଡ ଖଣି ଚୋରି ମାମଲାରେ ସୁନ୍ଦରଗଡ ଅଭିମୁଖେ ବାହାରିଲେ ଦୁଇ ମନ୍ତ୍ରୀ । ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା ଗସ୍ତ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରୁ ସୁନ୍ଦରଗଡ ଗଲେ। ଉଭୟଙ୍କ ଗସ୍ତ ନେଇ ଏକ୍ସରେ ସୂଚନା ଦେଲେ ବିଭୂତି ଜେନା । ସେଠାରେ ପହଞ୍ଚି ଚୋରା କୋଇଲା ଖଣି ଅଞ୍ଚଳ ବୁଲି ଅନୁଧ୍ୟାନ କରିବେ ବିଭାଗୀୟ ମନ୍ତ୍ରୀ । ତେଲେନଡିହି, ରତନସରା, ଜାମକାନି ଅଞ୍ଚଳ ବୁଲିବେ । ବିଭିନ୍ନ ଅଞ୍ଚଳରେ ଚୋରା କୋଇଲା ଖଣି ଚାଲିଥିବା ଅଭିଯୋଗ ହୋଇଛି ।