15.1 C
Bhubaneswar
Thursday, January 15, 2026
Homeଓଡିଶାସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ସଫା

ନୂଆପଡ଼ା : ଓଡ଼ିଶାର ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜଙ୍ଗଲରେ ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି। ଓଡିଶା ଓ ଛତିଶଗଡ଼ ପୁଲିସ ଏବଂ ସିଆପିଏଫ ଯବାନଙ୍କ ଏକ ସମ୍ମିଳିତ ଆନ୍ତଃରାଜ୍ୟ ଅଭିଯାନରେ ୨ ନକ୍ସଲ ନିପାତ ହୋଇଛନ୍ତି। ଛତିଶଗଡ଼ ମେନ୍‌ପୁର ଥାନା ଅଧୀନ କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀର ଗୁଳିରେ ୨ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହା ସହ ସମ୍ପୃକ୍ତ ଅଞ୍ଚଳରେ ପୁଲିସ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି ଅର୍ଥାତ ୧୯ ତାରିଖ ରାତିରୁ ଓଡିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିଥିଲା। ସେହି ଅନୁଯାୟୀ, ଉଭୟ ରାଜ୍ୟର ସୁରକ୍ଷା ବାହିନୀଙ୍କ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମିଶି ଏହି ସମ୍ମିଳିତ ଅଭିଯାନ ଆରମ୍ଭ କରିଛନ୍ତି। ଆଜି ସକାଳୁ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିଲା। ପୁଲିସ ପକ୍ଷରୁ ଅଭିଯାନ ଏବେ ମଧ୍ୟ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking