ମାଲକାନଗିରି: ମାଲକାନଗିରି ସୀମାନ୍ତ ଅଞ୍ଚଳ ନିକଟ ଛତିଶଗଡ ବିଜାପୁରରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏହି ଗୁଳି ବିନିମୟ ସମୟରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ମାଓବାଦୀ ନିପାତ ହୋଇଛନ୍ତି । ସୂଚନା ଅନୁଯାୟୀ, ଆଜି ସକାଳେ କୋବ୍ରା ଯବାନ ଅଭିଯାନର ଅଂଶ ସ୍ୱରୂପ ମାଓ ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି), ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ (ଏସଟିଏଫ) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ (ସିଆରପିଏଫ)କୁ ନେଇ ଏକ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। ନକ୍ସଲମାନଙ୍କ ସହିତ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିଲା, ଏଥିରେ ଦୁଇ ଜଣ ମାଓ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ଏନକାଉଣ୍ଟର ସମୟରେ ଶୀର୍ଷ ମାଓ ନେତା ପାପା ରାଓ ଘଟଣାସ୍ଥଳରେ ଉପସ୍ଥିତ ଥିବା ସୂଚନା ମିଳିଛି। କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଆଉ କୌଣସି ମୃତାହତ କିମ୍ବା ଗିରଫଦାରୀ ହୋଇଛି କି ନାହିଁ ତାହା ନିଶ୍ଚିତ କରିନାହାଁନ୍ତି। ଏହି ଅଞ୍ଚଳରେ ମାଓବିଦ୍ରୋହର ମୁକାବିଲା ପାଇଁ ସୁରକ୍ଷା ବାହିନୀର ତୀବ୍ର ପ୍ରୟାସର ଏକ ଅଂଶ ଭାବରେ ଏହି ଏନକାଉଣ୍ଟର ଚାଲିଛି। ମାଓବାଦୀ ଲୁଚିଥିବା ସନ୍ଦେହରେ ଏବେ ବି ଜାରି ରହିଛି ଗୁଳି ବିନିମୟ ।










