28.1 C
Bhubaneswar
Monday, March 30, 2026
Homeଓଡିଶାପାଇପ୍ ଚୋରି ଘଟଣାର ୨ ମୁଖ୍ୟ ଲୁଟେରା ଗିରଫ

ପାଇପ୍ ଚୋରି ଘଟଣାର ୨ ମୁଖ୍ୟ ଲୁଟେରା ଗିରଫ

ଟାଙ୍ଗୀ: ଟାଙ୍ଗୀ ଚୌଦ୍ୱାର ବ୍ଲକ ଅଞ୍ଚଳରୁ ହୋଇଥିବା ମେଗା ପ ପାନୀୟ ଜଳ ପ୍ରକଳ୍ପର ପାଇପ ଚୋରିର ମାଷ୍ଟରମାଇଣ୍ଡ ଲୁଟେରାକୁ କାବୁ କରିବା ସହ ଗେମ୍ ଓଭର କରିଛି ଟାଙ୍ଗୀ ପୁଲିସ। ଗତ କିଛି ଦିନ ତଳେ ମେଗା ପାନୀୟ ଜଳ ପାଇଁ ବିଛ୍‌ଛା ଯାଉଥିବା ପାଇପ ଗୁଡିକ ଚୋରି ହେଉଥିବା ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଟାଙ୍ଗୀ ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଥମଥରେ ୬ଜଣ, ଦିତୀୟ ଥରରେ ୫ଜଣକୁ ଗରିଫକରି କୋର୍ଟଚାଲାଣ କରିଥିଲେ। ହେଲେ ଏହି ପାଇପ ଚୋରି ରାକେଟ ପୁରା ରାଜ୍ୟରେ ସକ୍ରିୟ ରହିଥିବା ପୁଲିସ ଜାଣିବାକୁ ପାଇଥିଲା।

ତେବେ ଶ୍ରୀ ପାଇକରାୟ ଏହି ଲୁଟେରାର ମୁଖ୍ୟକୁ ଧରିବା ପାଇଁ ଟିମ ନେଇ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଗତ କାଲି ରାତିରେ ଦୁଇଜଣ ମୁଖ୍ୟ ଲୁଟେରା କାବୁ କରିବାରେ ସଫଳ ହୋଇଥିଲେ। ଦୁଇ ମୁଖ୍ୟ ଲୁଟେରା ମଧ୍ୟରୁ ଜଣେ ଚୌଦ୍ୱାର ଥାନା ସନ୍ଦିପ ଅଗ୍ରୱାଲ (୪୫), ଅନ୍ୟଜଣେ ଛତିଶଗଡ଼ର ଅଲ୍ଲି ଅସଗର ଶିବବ୍ରତ ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ପୁଲିସ ୫୬ଟି ପାଇପ ସହ ଏକ ବୋଲେରୋ ଗାଡି ମଧ୍ୟ ଜବତ କରିଛି। ସନ୍ଦିପ ଅଗ୍ରୱାଲ ଓଡିଶାର ବିଭିନ୍ନ ଜିଲ୍ଲାରୁ ପାଇପ ଗୁଡିକ ଲୁଟ୍‌କରି ଉଚ୍ଚପଦା ପଞ୍ଚାୟତ ମଣିଷ ଜଙ୍ଗଲ ଭିତରେ ଏକ ପାଇପ ଡିପୁକରି ରଖିଥିଲା। ଯାହା କୁ ରାତି ସମୟରେ ତା ସହ ସାମିଲ ଥିବା ସହଯୋଗୀ ମାନଙ୍କ ସାହାଯ୍ୟରେ ରାଜ୍ୟ ବାହାରକୁ ଚାଲାଣକରି କୋଟି କୋଟି ଟଙ୍କା କମଉଥିଲା। ଯାହାକୁ ଟାଙ୍ଗୀ ପୁଲିସ ପୂର୍ଣ୍ଣଚ୍ଛେଦ ପକାଇ ଦୁଇ ଲୁଟେରାଙ୍କୁ କୋର୍ଟଚାଲାଣ କରିଛି। ସନ୍ଦିପ ଅଗ୍ରୱାଲ ନାମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଭିଯୋଗ ରହିଥିବା ଥାନାଧିକାରୀ ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking