31.1 C
Bhubaneswar
Friday, February 13, 2026
Homeଓଡିଶାଜଳ ପ୍ରପାତରେ ବୁଡି ଚାଲିଗଲା ୨ ଜଣଙ୍କ ଜୀବନ

ଜଳ ପ୍ରପାତରେ ବୁଡି ଚାଲିଗଲା ୨ ଜଣଙ୍କ ଜୀବନ

ମାଲକାନଗିରି : ମାଲକାନିଗରି ଜିଲ୍ଲା ସୀମାନ୍ତ ଜଳ ପ୍ରପାତରେ ବୁଡି ୨ଡାକ୍ତରୀ ଛାତ୍ରୀ ମୃତ ଓ ଜଣେ ଛାତ୍ରୀ ନିଖୋଜ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ପ୍ରାୟ ୪୦କିମି ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲାର ଜଳ ତରଙ୍ଗିନୀ ନାମକ ଝରଣାକୁ ୧୩ଜଣ ଡାକ୍ତରୀ ଛାତ୍ରଛାତ୍ରୀ ବୁଲିବାକୁ ଯାଇଥିଲେ। ତେବେ ଜଳ ପ୍ରପାତ ନିକଟରେ ସମସ୍ତେ ବସିଥିବା ବେଳେ ହଠାତ ପ୍ରଖର ସ୍ରୋତର ଜଳ ଆସିବାରୁ ୪ଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣିରେ ଭାସି ଯାଇଥିଲେ। ସେଠାରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଊର୍ଦ୍ଧ୍ବାର କରଯାଇଥିଲା ଏବଂ ଅନ୍ୟ ୩ଜଣ ଛାତ୍ରୀ ପାଣି ମଧ୍ୟରେ ଭାସି ଯାଇଥିଲେ। ଊର୍ଦ୍ଧ୍ବାର ହୋଇଥିବା ୨ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯାହାଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଅନ୍ୟପଟେ ପାଣିରେ ଭାସି ଯାଇଥିବା ୩ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ଅନ୍ୟ ୨ଜଣ ଛାତ୍ରୀଙ୍କ ମୃତ ଦେହ ଊର୍ଦ୍ଧ୍ବାର ହୋଇଛି। ତେବେ ରବିବାର ବିଳମ୍ବିତ ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଊର୍ଦ୍ଧ୍ବାର କାର୍ୟ୍ୟ ବନ୍ଦ ରହିଥିଲା। ଆଜି ସକାଳୁ ନିଖୋଜ ଛାତ୍ରୀ ଙ୍କ ତଲାସୀ ଜାରି ରହିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking