ଝାରସୁଗୁଡା: ଗୁରୁବାର ସକାଳୁ ସଦର ଥାନା ଅନ୍ତର୍ଗତ ସାରସମାଲ ଛକ ନିକଟରେ ପିକଅପ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ସହରର ଜଣେ ପ୍ରତିଷ୍ଠି ଟ୍ରାଭେଲ୍ସ ବ୍ୟବସାୟୀ ହେଲେ ଅନ୍ୟ ଜଣେ ମୃତକଙ୍କ ପତ୍ତା ମିଳିପାରିନାହିଁ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ୟକ୍ତ ଲୋକେ ପିକଅପ ଜାଳିଦେଇଥିଲେ । ଘଟଣାସ୍ଥଳରେ ପୁଲିସ ଓ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଏପରିକି ପୁଲିସ ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ବେଳେ ପିକ୍ଅପ୍ ଚାଳକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା । ଅତିରିକ୍ତ ଏସପି ମଧୁସିକ୍ତା ମିଶ୍ର, ଏଡିପିଓ ଉମାଶଙ୍କର ସିଂ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।