26.1 C
Bhubaneswar
Sunday, January 18, 2026
Homeଓଡିଶାଅଜଣା ଗାଡି ଧକ୍କାରେ ୨ ମୃତ

ଅଜଣା ଗାଡି ଧକ୍କାରେ ୨ ମୃତ

ଜଳେଶ୍ୱର: ଜଳେଶ୍ୱର – ଚନ୍ଦନେଶ୍ୱର ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ୨ ଯୁବକଙ୍କୁ ନାଚିନ୍ଦା ପଞ୍ଚାୟତ ବାଗ ଗ୍ରାମର ଧନଞ୍ଜୟ ସାହୁଙ୍କ ପୁଅ ଗୌତମ ସାହୁ ଓ ଅଦ୍ୱୈତ ମହାପାତ୍ରଙ୍କ ପୁଅ ଚନ୍ଦ୍ରଶେଖର ମହାପାତ୍ର ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଭୋର ସାଢେ ୪ଟା ସମୟରେ ଦୁଇ ଯୁବକ ଏକ ବାଇକ୍ ଯୋଗେ ଜଳେଶ୍ୱର ଷ୍ଟେସନକୁ ଯାଉଥିବା ବେଳେ ଜଳେଶ୍ୱର – ଚନ୍ଦନେଶ୍ୱର ୫୭ ନମ୍ବର ଜାତୀୟ ରାଜପଥର ନାମ୍ଫୋ ଛକ ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ପଳାଇଯାଇଥିଲା । ଧକ୍କା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ନାମ୍ଫୋ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ଯୁବକଙ୍କ ମୃତ୍ୟୁ ପରେ ପରିବାର ଏବଂ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking