ପୋଲସରା: ପୋଲସରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ପଥଚାରୀଜଣଙ୍କୁ ମଠସରସିଂ ଶାଳବଣ ଗ୍ରାମର କାଶୀନାଥ ସେଠୀ ଓ ବାଇକ ଚାଳକ ଜଣଙ୍କୁ ରାଣିପଡ଼ା ଗ୍ରାମର ମିଟୁ ପରିଡ଼ା ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଖଜାପଲ୍ଲୀ ନିକଟରେ ପଥଚାରୀଙ୍କୁ ଧକ୍କା ଦେଇଛି ଦ୍ରୁତଗାମୀ ବାଇକ୍ । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ପଥଚାରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି କବିସୂର୍ଯ୍ୟନଗର ଥାନା ପୋଲିସ । ବାଇକ୍ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ ଖବର ପାଇ ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।










