30.1 C
Bhubaneswar
Tuesday, March 10, 2026
Homeଓଡିଶାଟ୍ରେନ ଆଗକୁ ଡେଇଁ ୨ ଜଣଙ୍କ ମୃତ୍ୟୁ

ଟ୍ରେନ ଆଗକୁ ଡେଇଁ ୨ ଜଣଙ୍କ ମୃତ୍ୟୁ

ବାଲେଶ୍ବର: ଟ୍ରେନ ଆଗକୁ ଡେଇଁ ଶାଳୀ ଭେଣେଇଙ୍କ ଆତ୍ମହତ୍ୟା। ବାଲେଶ୍ବର ଜଳେଶ୍ୱର ରେଳ ଷ୍ଟେସନ ଦକ୍ଷୀଣପୂର୍ବ କେବିନ ନିକଟରେ ଅଘଟଣ । ବାଲେଶ୍ୱର ଆଡକୁ ଯାଉଥିବା ଏକ ପାସେଞ୍ଜର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଜଳେଶ୍ୱର ଥାନା ରାଜପୁର ଗାଁର ବିଜୟ ସାହୁ ଓ ବାଲିଆପାଳ ଥାନା ଅଞ୍ଚଳର ବିଜୟଙ୍କ ଶାଳୀ ସଂଯୁକ୍ତା ସାହୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ରେଳବାଇ ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖଛି। ରାଜପୁର ଗାଁର ବିଜୟ ସାହୁ ନାମକ ଯୁବକ ଗତକାଲି ବାଲିଆପାଳ ଥାନା ଅଞ୍ଚଳର ନିଜ ଶାଳୀ ସଂଯୁକ୍ତା ସାହୁଙ୍କୁ ନେଇ ଘରକୁ ଆସିଥିବାବେଳେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହାପରେ ଦୁହେଁ ଏକାଠି ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି । ଟ୍ରେନ ଧକ୍କା ଉଭୟ ଶାଳୀ ଭେଣେଇଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking