ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା। ଏକ ଦ୍ରୁତଗାମୀ ପଥର ବୋଝେଇ ଟିପର ଟ୍ରକ୍ ଭାରସାମ୍ୟ ହରାଇ ବାଇକ୍ ଉପରେ ପଡିଗଲା। ଏହି ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କୁ ବୁଲଧାନ ଜିଲ୍ଲାର ଶିବମ ରାଜେଶ ଏବଂ ଭୂମିକା ସମାଧାନ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ସେମାନେ ତ୍ରୟମ୍ବକେଶ୍ୱରରୁ ବାଇକ୍ ଯୋଗେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଉଭୟ ଏକ ବାଇକ ଯୋଗେ ଯାଉଥିଲେ। ସାମ୍ନା ପଟୁ ଆସୁଥିବା ସିଲିଣ୍ଡର ବୋଝେଇ ଏକ ଟେମ୍ପୋକୁ ବଞ୍ଚାଇବା ପାଇଁ ହଠାତ୍ ବ୍ରେକ୍ ଦେବା ପରେ ତ୍ରିମ୍ବକେଶ୍ୱର ଗେଷ୍ଟହାଉସ୍ ନିକଟରେ ଭାରସାମ୍ୟ ହରାଇ ପଥର ବୋଝେଇ ଟିପର ଟ୍ରକ୍ ଓଲଟି ପଡ଼ିଥିଲା। ଟିପରରୁ ପଥର ଦୁଇ ଚକିଆ ଆରୋହୀଙ୍କ ଉପରେ ପଡ଼ି ଘଟଣାସ୍ଥଳେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ତ୍ରୟମ୍ବକେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










